୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଓଡ଼ିଶା ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗର ସୁଭଦ୍ରା ଯୋଜନା ରାଜ୍ୟର ମହିଳାମାନଙ୍କ କଲ୍ୟାଣ ପାଇଁ ଏକ ଅଭିନବ ଯୋଜନା। ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ ତଥା ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଏହି କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି । ପରିଚୟ ଏବଂ ସଶକ୍ତିକରଣର ଭାବନା ସୃଷ୍ଟି କରିବା ପାଇଁ ସମସ୍ତ ହିତାଧିକାରୀମାନଙ୍କୁ ଏକ ସୁଭଦ୍ରା କାର୍ଡ (ଏଟି ଏମ-ତଥା- ଡେବିଟ୍ କାର୍ଡ ପ୍ରଦାନ କରାଯିବ। ସେମାନଙ୍କୁ ବାର୍ଷିକ୧୦ହଜାର ଟଙ୍କା ହାରରେ ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମୁଦାୟ ୫୦ହଜାର ଟଙ୍କା ମିଳିବ ଯଦି ସେମାନେ ପ୍ରତି ବର୍ଷ ଯୋଗ୍ୟତା ମାନଦଣ୍ଡ ପୂରଣ କରନ୍ତି ।
