0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଜାୱା ଜେୟଦୀ ମୋଟରସାଇକଲସ ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ୩୫୦ ଜାୱା ୪୨ ଏଫଜେକୁ ଉନ୍ମୋଚନ କରାଯାଇଛି । ଜାୱାର ୪୨ ଓ ୪୨ ବବରର ସଫଳତା ଆଧାରରେ ଗଠନ କରାଯାଇଥିବା ୩୫୦ ଜାୱା ୪୨ ଏଫଜେ ‘୪୨ ଲାଇଫ’ରେ ନୂତନ ଅଧ୍ୟାୟ ଯୋଡ଼ିଛି ଯାହା ହେଉଛି ଉତ୍କୃଷ୍ଟ ଡିଜାଇନ ଓ ଅତୁଳନୀୟ ଗାଡ଼ି ଚାଳନା ଅନୁଭୂତିକୁ ପ୍ରଦାନ କରୁଛି । ଜାୱାର ପ୍ରତିଷ୍ଠାତା ଫ୍ରାଂଟିସେକ ଜାନେକେକଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏହି ମୋଟରସାଇକଲର ନାମକରଣ କରାଯାଇଛି । ଆଧୁନିକ ମୋଟରସାଇକଲ ଉତ୍ସାହୀମାନଙ୍କୁ ବଳିଷ୍ଠ ଓ ଆଧୁନିକ ଗାଡ଼ିଚାଳନା ଅନୁଭୂତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ମୋଟରସାଇକଲ ଜରିଆରେ ଜାୱା ଡିଜାଇନ, ଶକ୍ତି, ଉପସ୍ଥିତି ଓ ଅତ୍ୟାଧୁନିକ ପ୍ରଯୁକ୍ତିର ମିଶ୍ରଣରେ ୨୦୨୪ରେ ଏହି ବର୍ଗରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିଛି ।
