“କ୍ୟାମ୍ପସ୍ କନ୍ଭର୍ସେଶନ ଅନ୍ କ୍ଲାଇମେଟ ଚେଞ୍ଜ ଫର୍ ସଷ୍ଟେନାବିଲିଟି” ପ୍ରସଙ୍ଗ ଉପରେ ଏକ ରାଜ୍ୟସ୍ତରୀୟ ଆଲୋଚନା
0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ, କଳିଙ୍ଗ ଗ୍ରୁପ୍ ଅଫ୍ ଇନ୍ଷ୍ଟିଟ୍ୟୁଶନ୍ସ (କେଜିଆଇ) ପକ୍ଷରୁ ଆସୋଚାମ୍, ଏଏଫ୍ଏସ୍ଏ ଓ ଇଗ୍ନାଇଟିଙ୍ଗ୍ ମାଇଣ୍ଡ୍ସ ସହ ସହଭାଗିତାରେ ଏକ ଇଣ୍ଡଷ୍ଟ୍ରୀ-ଏକାଡେମିଆ କନେକ୍ଟ ଇଭେଂଟ୍ର ଆୟୋଜନ କରାଯାଇଛି । ଯାଜପୁରର ତାରାପୁରସ୍ଥିତ କେଜିଆଇ କନ୍ଫରେନ୍ସ ହଲ୍ରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ‘କ୍ୟାମ୍ପସ୍ କନ୍ଭର୍ସେଶନ ଅନ୍ କ୍ଲାଇମେଟ ଚେଞ୍ଜ ଫର୍ ସଷ୍ଟେନାବିଲିଟି’ ନାମକ ଏକ ରାଜ୍ୟସ୍ତରୀୟ ଆଲୋଚନା ଉପରେ କେନ୍ଦ୍ରିତ ଥିଲା । ପରିବେଶ ସମ୍ବନ୍ଧିତ ସମସ୍ୟାଗୁଡିକ ଦିନକୁ ଦିନ ଗୁରୁତ୍ୱପୂର୍ଣ୍ଣ ହେବା ସହିତ, କେଜିଆଇ ଏହି କର୍ମଶାଳାର ଆୟୋଜନ କରିବା ପାଇଁ ଏକ ସକ୍ରିୟ ପଦକ୍ଷେପ ଗ୍ରହଣ କରିଥିଲା, ଏକ ସ୍ଥାୟୀ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ପରିବେଶର ସୁରକ୍ଷା ଲାଗି ପ୍ରଦୂଷଣ ସମସ୍ୟାକୁ ଦୂର କରିବା ଓ ପଦକ୍ଷେପ ଗ୍ରହଣ କରିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲା ।
