0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତର ଉତ୍ତର-ପୂର୍ବାଚଂଳ ଆଠଟି ରାଜ୍ୟର ରାଜଭବନର ଅଧିକାରୀମାନଙ୍କ ପାଇଁ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ ସଂପର୍କିତ ଅଭିମୁଖୀକରଣ (ଓରିଏଟେଂସନ୍) କାର୍ଯ୍ୟକ୍ରମ ରାଜଭବନର ନିୟୁ ଅଭିଷେକ ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି । ତା ୦୬.୦୯.୨୦୨୪ରିଖ ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ଆଶାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ତ୍ରିପୁରା, ମଣିପୁର, ମିଜୋରାମ, ମେଘାଳୟ ରାଜଭବନର ବରିଷ୍ଠ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ଓଡ଼ିଶାର ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍ ରାଜପୁତ ରାଜ୍ୟପାଳଙ୍କ ଶୁଭେଚ୍ଛା ବାର୍ତା ଜଣାଇବା ସହ ସ୍ୱାଗତ ଭାଷଣ ପ୍ରଦାନ କରି ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ ଓରିଏଟଂସନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ ।
