Home ଓଡ଼ିଶା ରେଭେନ୍ସା ନାମ ପରିବର୍ତ୍ତନ ସଂକ୍ରାନ୍ତରେ ଗୋଲଟେବୁଲ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବୈଠକରେ ଯୋଗ ଦେଲେ ବହୁ ବିଶିଷ୍ଟ ବୁଦ୍ଧିଜୀବି ଗଠିତ ହେଲା ରେଭେନ୍ସା ହେରିଟେଜ୍ ଫୋରମ ରେଭେନ୍ସା ନାମ ପରିବର୍ତ୍ତନ ପ୍ରସ୍ତାବକୁ ପ୍ରତ୍ୟାକ୍ଷାନ ଯଦି ବିତର୍କ ଚାହୁଁଛନ୍ତି, ନିଜେ ଆସି ବିତର୍କରେ ଭାଗ ନିଅନ୍ତୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନାମ ପରିବର୍ତ୍ତନର ସପକ୍ଷବାଦୀମାନେ ଇତିହାସକୁ ବିକୃତ କରିବାର ପ୍ରୟାସରୁ କ୍ଷାନ୍ତ ହୁଅନ୍ତୁ । 0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଆହୁତ ଗୋଲ ଟେବୁଲ ବୈଠକରେ ନାମ ପାରିବର୍ତ୍ତନ ପ୍ରସ୍ତାବକୁ ଘୋର ବିରୋଧ କରାଯାଇଛି । ଏ ସଂକ୍ରାନ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତାଙ୍କର ବକ୍ତବ୍ୟକୁ ପ୍ରତ୍ୟାହାର କରିବା ପାଇଁ ଦାବି କରାଯିବା ସହିତ ଯଦି ସେ ଚାହୁଁଛନ୍ତି ବିତର୍କ କରିବା ପାଇଁ ତେବେ ସେ ନିଜେ ବିତର୍କକୁ ଆସନ୍ତୁ ବୋଲି ତାଙ୍କୁ ଖୋଲା ଆହ୍ୱାନ ଦିଆଯାଇଛି । କେଉଁ ଦିନ ଓ ତାରିଖରେ ସେ ଉପସ୍ଥିତ ରହିବେ ଜଣାଇଲେ ସେଥିପାଇଁ ବିତର୍କର ଆସର ପ୍ରସ୍ତୁତ କରାଯିବ ବୋଲି ଆଜି ଘୋଷଣା କରାଯାଇଛି । ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ପୂର୍ବତନ ପୋଲିସ ଡି.ଜି. ଅମୀୟ ଭୂଷଣ ତ୍ରୀପାଠୀଙ୍କ ସଭାପତିତ୍ୱରେ ଓ ସୁଦର୍ଶନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଗୋଲ ଟେବୁଲ ବୈଠକରେ ଶ୍ରୀ ସଂଜୀବ ହୋତା , ମନୋରଞ୍ଜନ ପାଣିଗ୍ରାହୀ, ଡ: ଅରବିନ୍ଦ ବେହେରା, ସତ୍ୟକାମ ମିଶ୍ର, ପ୍ରଫେସର ସଂଗୀତା ରଥ, ପ୍ରଫେସର ବିନାୟକ ରଥ, ପଂଚାନନ କାନୁନଗୋ, ଅମୀୟ ମହାନ୍ତି, ଯୁଧିଷ୍ଟିର ମହାପାତ୍ର, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସତ୍ୟପ୍ରକାଶ ନାୟକ, ବଦ୍ରିନାରାୟଣ ମହାନ୍ତି, ଅର୍ଚ୍ଚନା ନାୟକ, ମନୋଜ ସାହୁ, ଅଜୟ ମିଶ୍ର, ତପନ ମିଶ୍ର, ସଂଜୀବ ପାତ୍ର, ସୁଧୀର ରାରତ, ଗଣେଷ ତ୍ରିପାଠୀ, ସଂଜୀବ ମହାନ୍ତି, ଅବିନାସ ମହାନ୍ତି, ଧର୍ମେଶ ନାୟକ, ବିଶ୍ୱରାଜ ନାୟକ, ସିଦ୍ଧାର୍ଥ ରଥ, ସଘଂମିତ୍ରା ଜେନା, ଶିଶିର ପରିଡା, ବିଜୟ ଦାସ ସମେତ ଅନେକ ବୁଦ୍ଧିଜୀବି, ସାମାଜିକ କର୍ମୀ, ପୂର୍ବତନ ପ୍ରଶାସକ, ବର୍ତ୍ତମାନ ଏବଂ ପୂର୍ବତନ ରେଭେନ୍ସା କଲେଜର ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ର ନେତା ମାନେ ଯୋଗ ଦେଇଥିଲେ । ବୈଠକରେ ସର୍ବସମ୍ମତି କ୍ରମେ ରେଭେନ୍ସା ହେରିଟେଜ ଫୋରମ ନାମରେ ଏକ କମିଟି ଗଠିତ କରାଯାଇଛି । ଏହି କମିଟିରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପଦ୍ମ ଭୁଷଣ ଡ: ପ୍ରତିଭା ରାୟ, ସଂଜୀବ ହୋତା, ଡ: ଅରବିନ୍ଦ ବେହେରା, ସୈାମ୍ୟ ରଂଜନ ପଟ୍ଟନାୟକ, ପଂଚାନନ କାନୁନଗୋ, ପ୍ରଫେସର ବିନାୟକ ରଥ ପ୍ରମୁଖ ଉପଦେଷ୍ଟା ଭାବରେ ରହିଥିବା ବେଳେ ସତ୍ୟକାମ ମିଶ୍ର ଆବାହକ ଓ ସୁଦର୍ଶନ ଦାସ ସଂଯୋଜକ ରହିଛନ୍ତି । ଏକ ୨୫ ଜଣିଆ କମିଟି ଗଠିତ ହୋଇଛି । ବୈଠକରେ ବିଶ୍ୱବିଦ୍ୟାଳୟର ନାମ ପରିବତ୍ର୍ନ ପାଇଁ ବିତର୍କ ନାମରେ ଇତିହାସକୁ ଯେଉଁ ଭଳି ବିକୃତ କରାଯାଇଛି, ତାକୁ ଦୃଢ ନିନ୍ଦା କରାଯାଇଛି । ଇତିହାସକୁ ଏଭଳି ବିକୃତ ଓ କଦର୍ଥ କରିବା ବିରୁଦ୍ଧରେ ଖୁବ୍ ଶ୍ରୀଘ୍ର ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ସଂକ୍ରାନ୍ତରେ ଏକ ପୁସ୍ତିକା ପ୍ରାକଶ କରାଯିବ । ଓଡିଶାର ବିଭିନ୍ନ ସ୍ଥାନରେ ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନକୁ ବିରୋଧ କରି ଦସ୍ତଖତ ଅଭିଯାନ ସହିତ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏଭଳି ବିଭ୍ରାନ୍ତିକର ବିବୃତି ବିରୁଦ୍ଧରେ ପ୍ରଧାନମନନ୍ତ୍ରୀଙ୍କୁ ଚିଠି ଲେଖିବାକୁ ଅନୁରୋଧ କରାଯାଇଛି । ସାମାଜିକ ଗଣ ମାଧ୍ୟମରେ ଏଭଳି ଅନାବଶ୍ୟକ ବିତର୍କ ବିରୁଦ୍ଧରେ ଜନମତ ସୃଷ୍ଟି କରିବା ପାଇଁ ମଧ୍ୟ ଆହ୍ୱାନ ଦିଆଯାଇଛି । ଏହା ସହିତ କଟକରେ ଏକ ମାନବ ଶୃଙ୍ଖଳ ଆୟୋଜନ କରିବା ପାଇଁ ମଧ୍ୟ ପ୍ରସ୍ତାବ ନିଆଯାଇଛି । ଶେଷରେ ରେଭେନ୍ସାର ପୂର୍ବତନ ସଭାପତି ବଦ୍ରିନାରାୟଣ ମହାନ୍ତି ଧନ୍ୟବାଦ ଅପର୍ଣ କରିଥିଲେ । Categories: ଓଡ଼ିଶା, କଟକ, ମହାନଗର, ହୋମ୍ Related Content ପ୍ରିୟ ରାଜସୁନାଖଳା ଯୁବ କମିଟି ପକ୍ଷରୁ ରକ୍ତ ଦାନ ଶିବିର by Proprietor Abhimanyu Maharana August 16, 2026 ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ସମ୍ପୂର୍ଣ୍ଣ ଘର, ୧୦ ଟି ଅର୍ଦ୍ଧ ଦଗ୍ଧ ଗାଈ, ଓ ଦୁଇ ଜଣ ମଣିଷ by Proprietor Abhimanyu Maharana August 16, 2026 ବାଲିପାଟଣା ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ବେଣୁଧର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୮୦ ତମ ସ୍ବାଧିନତା ଦିବସ ପାଳିତ by Proprietor Abhimanyu Maharana August 16, 2026 କିଙ୍ଗ ପବ୍ଲିକ ଇଂଲିଶ ମିଡିୟମ ସ୍କୁଲ ରେ ୮୦ତମ ସ୍ଵଧାନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ମାଲକାନଗିରିରେ ମହାସମାରୋହରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026