Home ଓଡ଼ିଶା ଦୈନିକ ‘ପର୍ଯ୍ୟବେକ୍ଷକ’ର ୨୬ତମ ପ୍ରତିଷ୍ଠା ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଦୈନିକ ‘ପର୍ଯ୍ୟବେକ୍ଷକ’ର ୨୬ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥ ଜୟଦେବ ଭବନଠାରେ ମହାସମାରୋହରେ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଆୟୋଜିତ ରକ୍ତଦାନ ଶିବିରକୁ ଦୈନିକ ପର୍ଯ୍ୟବେକ୍ଷକର ସମ୍ପାଦକ ଡକ୍ଟର ପବିତ୍ର ମୋହନ ସାମନ୍ତରାୟ ଉଦ୍ଘାଟନ କରିଥିଲେ । ଦିବା ୧୧.୦୦ ଘଟିକା ସମୟରେ ଆୟୋଜିତ ପ୍ରତିଷ୍ଠା ଦିବସ ସମାରୋହକୁ ଓଡ଼ିଶା ସରକାରଙ୍କ ବରିଷ୍ଟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ କରିଥିଲେ । ଶ୍ରୀ ପୂଜାରୀ ନିଜ ବକ୍ତବ୍ୟରେ ଛାପା ଗଣାମାଧ୍ୟମ ବର୍ତ୍ତମାନ ପରିସ୍ଥିତିରେ ସାମ୍ନା କରୁଥିବା ସମସ୍ୟାମାନଙ୍କ ବିଷୟରେ ସମ୍ୟକ ଆଲୋଚନା କରିବା ସହ ସତ୍ୟ ଓ ନ୍ୟାୟ ପଥରେ ଚାଲିବାକୁ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନନୀୟ ଅତିଥି ଭୁବନେଶ୍ୱର ଉତ୍ତରର ପୂର୍ବତନ ବିଧାୟକ ତଥା ରାଜ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପ୍ରିୟଦର୍ଶି ମିଶ୍ର ପର୍ଯ୍ୟବେକ୍ଷକରେ କାର୍ଯ୍ୟକରୁଥିବା ସମସ୍ତ ସାମ୍ବାଦିକମାନଙ୍କୁ ପ୍ରଶଂସା କରିବା ସହ ପର୍ଯ୍ୟବେକ୍ଷକର ଉତ୍ତରୋତ୍ତର କାମନା କରିଥିଲେ । ମୁଖ୍ୟବକ୍ତା ଓଡ଼ିଶା ପୂର୍ବତନ ମନ୍ତ୍ରୀ, ଭୁବନେଶ୍ୱର ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡ଼ର ସଦସ୍ୟ ପ୍ରଫେସର ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ସାମ୍ବାଦିକ ଓ ସମ୍ବାଦପତ୍ରର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନନୀୟ ଅତିଥି ଯାଜପୁରର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା ସାମ୍ବାଦିମାନଙ୍କୁ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ବିଷୟରେ ଆଲୋକପାତ କରିବା ସହ ଯୁଗୋପଯୋଗୀ ହେବାକୁ ପରାମର୍ଶ ଦେଇଥିଲେ । ଉତ୍ସବର ବିଶିଷ୍ଟ ଅତିଥି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଡକ୍ଟର ଗିରିଧାରୀ ଗମାଙ୍ଗ ବର୍ତ୍ତମାନ ସମାଜରେ ସାମ୍ବାଦିକ ଓ ସମ୍ବାଦପତ୍ରର ଗୁରୁତ୍ୱ ଉପରେ ସବିଶେଷ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱୟଂ ଚାଙ୍ଗୁ ବାଦନ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଲେପ୍ଟନାଌକ୍ଷଗ୍ଧ; କର୍ଣ୍ଣେଲ ମନୀଷ କୁମାର ଡୋଗ୍ରା, ସହ-ନିର୍ଦ୍ଦେଶକ, ପ୍ରଶିକ୍ଷଣ, ଜାତୀୟ ସମରଶିକ୍ଷାର୍ଥୀ ବାହିନୀ କାର୍ଯ୍ୟାଳୟ, ଡ଼ଃ. ଜୟଶ୍ରୀ ବାଳା ମଲ୍ଲିକ,ଏନଏସ ଏସ ପୋଗ୍ରାମ ଅଫିସର, ଖୋର୍ଦ୍ଧା ଜିଲ୍ଲା, ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ଅଫ ସାମଇନସ ଆଣ୍ଡ ଏଜୁକେଶନ, ଡ.ରେବତୀ କାନ୍ତ ମହାରଣା, ଜିଲ୍ଲା ସଂଯୋଜକ ( ଯୁବ ରେଡ୍ କ୍ରସ୍ ), ଶ୍ରୀମତୀ ଅନାମିକା ଦାସ ରାଜ୍ୟ ପ୍ରଶାସନିକ ଅଧିକାରୀ ତଥା ରାଜ୍ୟ ସାଙ୍ଗଠନିକ କମିଶନର ଭାରତ ସ୍କାଉଟ ଓ ଗାଇଡ଼, ଓଡିଶା ଶାଖା, ଡଃ ବିଶ୍ୱ ମୋହନ ଜେନା, କାର୍ଯ୍ୟକ୍ରମ ସଂଯୋଜକ ଜାତୀୟ ସେବା ଯୋଜନା, ଉଚ୍ଚ଼ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା, ଡ. ସୁଶାନ୍ତ କୁମାର ପଟ୍ଟନାୟକ, ଏନ୍ଏସ୍ଏସ କାର୍ଯ୍ୟକ୍ରମ ସଂଯୋଜକ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ, ଭୁବନେଶ୍ୱର, ଡ ରମେଶଚନ୍ଦ୍ର ବେହେରା, ରାଜ୍ୟ ଏନ୍ ଏସ୍ ଏସ୍ ଅଧିକାରୀ ତଥା ଉପ ଶାସନ ସଚିବ ଉଚ୍ଚ଼ଶିକ୍ଷା ବିଭାଗ ଓଡ଼ିଶା ସରକାର, ଶ୍ରୀ ଯଯାତି ମହାନ୍ତି, ବରିଷ୍ଟ ସାମ୍ବାଦିକ, ନନ୍ଦିଘୋଷ ଟି.ଭି., ଚୌଧୁରୀ ଅମିତାଭ ଦାସ , ବରିଷ୍ଟ ସାମ୍ବାଦିକ, ସମ୍ବାଦ, ଶ୍ରୀ ରାମଜୀବନ ଗୋଚ୍ଛାୟତ, ବରିଷ୍ଟ ସାମ୍ବାଦିକ, ପ୍ରମେୟ, ଶ୍ରୀ ଚିନ୍ମୟ ପଟ୍ଟନାୟକ, ବରିଷ୍ଟ ସାମ୍ବାଦିକ, କଳିଙ୍ଗ ଟି.ଭି., ଶ୍ରୀ ସିମ୍ପୁଲ ନାୟକ ସାମ୍ବାଦିକ, କନକ ଟି.ଭି., ଶ୍ରୀ ପ୍ରଦୀପ ନାୟକ, ସାମ୍ବାଦିକ, ନକ୍ଷେତ୍ର ଟି.ଭି.,ଶ୍ରୀ ଦୁର୍ଗା ସାମନ୍ତରାୟ, ସମ୍ପାଦକ, ଦୂରଦର୍ଶୀ, ଶ୍ରୀ ଦୀପକ କୁମାର କର , ବରିଷ୍ଟ ସାମ୍ବାଦିକ, ଦିନଲିପି, ଶ୍ରୀ ପ୍ରଦ୍ୟୁମ୍ନ ମହାନ୍ତି,ସମାଜସେବୀ , ଶ୍ରୀ ଅରବିନ୍ଦ ମେକପ , ପ୍ରକାଶକ, ଦି’ କଳିଙ୍ଗ କ୍ରୋନିକିଲି, ସ୍ମରଜିତ୍ ଆର୍ଯ୍ୟ,ବରିଷ୍ଟ ସାମ୍ବାଦିକ, ପର୍ଯ୍ୟବେକ୍ଷ. ସ୍ୱର୍ଣ୍ଣପ୍ରଭା ନାୟକ, ସାମ୍ବାଦିକା, ପର୍ଯ୍ୟବେକ୍ଷକ, ଶ୍ରୀ ଯୋଗଶ୍ୱର ପଣ୍ଡା, ସାମ୍ବାଦିକ, ପର୍ଯ୍ୟବେକ୍ଷକ, ଶ୍ରୀ ପ୍ରିୟବ୍ରତ ନାୟକ, ସାମ୍ବାଦିକ, ପର୍ଯ୍ୟବେକ୍ଷକ, ଶ୍ରୀ ଚନ୍ଦନ ପାଇକରାୟ, ବରିଷ୍ଟ ସାମ୍ବାଦିକ, ଓ.ଟି.ଭି., ଶ୍ରୀ ପ୍ରଶାନ୍ତ ଦାସ, ସାମ୍ବାଦିକ, ବଡ଼ ଖବର, ସ୍ୱପ୍ନାଞ୍ଜଳି ମହାନ୍ତି,ସାମ୍ବାଦିକା, ଅର୍ଗଷ ଟି.ଭି.ପ୍ରଭୃତି ସାମ୍ବାଦିକ ଓ ସମାଜସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡକ୍ଟର ପବିତ୍ର ମୋହନ ସାମନ୍ତରାୟ, ମୁଖ୍ୟ ସମ୍ପାଦକ ‘ପର୍ଯ୍ୟବେକ୍ଷକ’ ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ପଣ୍ଡିତ ଦିବାକରଙ୍କ ଦ୍ୱାରା ବେଦପାଠ, ପ୍ରାରମ୍ଭିକ ‘ବନ୍ଦେ ଉତ୍କଳ ଜନନୀ’ ଗାୟନ ତଥା କାର୍ଯ୍ୟକ୍ରମର ସଞ୍ଚାଳନ କରିବା ସହ ସୁଶ୍ରୀ ଅର୍ଣ୍ଣଦା (ଆନି), ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026