0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସୃଜନ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟାବାସ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ୨୦୨୪ ଏକ ଭବ୍ୟ ସମାରୋହରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍ଘାଟିତ ହୋଇଯାଇଅଛି । ନୃତ୍ୟ ସଙ୍ଗୀତରେ ଆମର ଶାସ୍ତ୍ରୀୟ ପରମ୍ପରାର ସଚେତନତା ସୃଷ୍ଟି କରିବା ଓ ତାହାକୁ ବଜାୟ ରଖିବାର ଲକ୍ଷ୍ୟ ନେଇ ଏହି ଉତ୍ସବ ଆୟୋଜନ କରାଯାଉଅଛି । ସୃଜନ ଦେଶର ଏକ ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଭାବରେ, ସୃଜନଶୀଳ ଶକ୍ତି ଏବଂ କଳାତ୍ମକ ପ୍ରୟାସକୁ ବଜାୟ ରଖିବାରେ ଏହାର ଭୂମିକାକୁ ସ୍ୱୀକୃତି ପ୍ରଦାନ କରୁଥିବାବେଳେ ଜନସାଧାରଣ ତଥା କଳା ଭ୍ରାତୃଭାବରେ ଏହାର ସାମାଜିକ ଦାୟିତ୍ୱ ସଦା ସର୍ବଦା ପୂରଣ କରିଆସୁଅଛି ।

