Home ଓଡ଼ିଶା ନୂଆଦିଲ୍ଲୀ ଠାରେ ଜଗାକାଳିଆ ଫାଉଣ୍ଡେସନ ଉଦଘାଟିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ :-> ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଆଜି ଜାତୀୟ ରାଜଧାନୀଠାରେ ‘ଜଗାକାଳିଆ ଚାରିଟେବୁଲ ଫାଉଣ୍ଡେସନ’ ନାମକ ଏକ ବେସରକାରୀ ଅନୁଷ୍ଠାନ ଉଦଘାଟିତ ହୋଇଥିବା ଜଣାଯାଇଛି। ଏଠାକାର ହାଉଜଖାସ୍ ଭିଲେଜ୍ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ବହୁ ପ୍ରମୁଖ ଓଡ଼ିଆ ତଥା ଅଣଓଡ଼ିଆ ନେତୃବୃନ୍ଦ, ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ସ୍ଵେଚ୍ଛାସେବୀ ଯୋଗ ଦେଇଥିଲେ। ଏହି ଉଦଘାଟନ ସମାରୋହକୁ କେନ୍ଦ୍ର କରି ଫାଉଣ୍ଡେସନର ସଦସ୍ୟ ଏବଂ ଶୁଭେଚ୍ଛୁମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଦ୍ଦୀପନା ଦେଖିବାକୁ ମିଳିଥିଲା। ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଓ ନିର୍ଦ୍ଦେଶକ, ନ୍ୟାସନାଲ ଇନଫରମେଟିକସ ସେଣ୍ଟରର ପୂର୍ବତନ ବରିଷ୍ଠ ନିର୍ଦ୍ଦେଶକ ତଥା ଆଇନଜୀବୀ ଉମାକାନ୍ତ ଜେନା ଏବଂ ଅନ୍ୟଦୁଇ ପ୍ରତିଷ୍ଠାତା ନିର୍ଦ୍ଦେଶକ, ଗୋପାଳ ଶତପଥୀ ଓ ରଘୁନନ୍ଦନ ଦେଓ ପ୍ରମୁଖ ସଂସ୍ଥାର ଲୋଗୋକୁ ଉନ୍ମୋଚନ ପୂର୍ବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଏହାକୁ ସମର୍ପଣ କରିଥିଲେ। ବିଶ୍ଵ ମାନବ ଅଧିକାର ସୁରକ୍ଷା ସଙ୍ଗଠନର ଅଧ୍ୟକ୍ଷ ଡକ୍ଟର ଅଭିନ୍ନ ହୋତା, ଏହି ସମାବେଶକୁ ସମ୍ବୋଧନ କରି ନବଗଠିତ ଫାଉଣ୍ଡେସନ, ଏହାର ନାମକରଣର ଯଥାର୍ଥତାକୁ ପ୍ରତିପାଦିତ କରି ଜଗନ୍ନାଥ ଧର୍ମର ନୀତି, ଆଦର୍ଶ ଓ ଦର୍ଶନ ଉପରେ ଆଧାରିତ ଓଡ଼ିଶାର ଅନନ୍ୟ ସଂସ୍କୃତି ଓ ବିବିଧ ବୈଭବର ପ୍ରଚାର, ପ୍ରସାର ତଥା ଏହାକୁ ଲୋକପ୍ରିୟ କରିବା ଦିଗରେ ସତ ପ୍ରୟାସ କରିବ ବୋଲି ଆଶା ପୋଷଣ କରିଥିଲେ। ଏହି ଅବସରରେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଙ୍ଘର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ ଓ ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ ଫାଉଣ୍ଡେସନର ଅଧ୍ୟକ୍ଷ, ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ସାଧୁବାଦ ଅର୍ପଣ କରିବା ସହିତ ସଙ୍ଗଠନର ଦ୍ରୁତ ଅଗ୍ରଗତି ଓ ବ୍ୟାପକ ସଫଳତା କାମନା କରିଥିଲେ। ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ଜେନା ନିଜ ବକ୍ତବ୍ୟ ପ୍ରଦାନ କରି ଗଠନ ମୂଳକ ଓ ସକରାତ୍ମକ ଦୃଷ୍ଟିଭଙ୍ଗୀ ରଖୁଥିବା ବ୍ୟକ୍ତିମାନେ ଏହି ଫାଉଣ୍ଡେସନରେ ଯୋଗଦେଇ ଏହାର ସ୍ଥିରୀକୃତ ଲକ୍ଷ୍ୟ, ମାନବର ଜୀବନ ଧାରଣର ମାନବୃଦ୍ଧି ଏବଂ ସମନ୍ବିତ ବିକାଶର କ୍ରିୟାନ୍ୱୟନ ପ୍ରକ୍ରିୟାରେ ସାମିଲ ହେବାକୁ ନିବେଦନ କରିଥିଲେ।ଏହି ସ୍ୱେଚ୍ଛାସେବୀ ସଙ୍ଗଠନ ଭାରତ ସରକାରଙ୍କର କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଏକ ଅଣଲାଭକାରୀ ଅନୁଷ୍ଠାନ ଭାବରେ ପଞ୍ଜିକୃତ ହୋଇଥିବା ଶ୍ରୀ ଜେନା ଜଣାଇଥିଲେ । ଏହି ଫାଉଣ୍ଡେସନ, ସମାଜର ସାମଗ୍ରିକ ଅଭିବୃଦ୍ଧି ଏବଂ ଅସହାୟ ସମ୍ପ୍ରଦାୟର ଉତ୍ଥାନ ଦିଗରେ କାର୍ଯ୍ୟ କରିବ ବୋଲି ଶ୍ରୀ ଜେନା ସୂଚାଇଥିଲେ । ସଂସ୍ଥା ତରଫରୁ ପ୍ରାଧାନ୍ୟ ଦିଆଯିବାକୁ ଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ଶିକ୍ଷାର ବିକାଶ, ସ୍ୱାସ୍ଥ୍ୟ ସେବାର ଉନ୍ନତି, ଜ୍ଞାନ କୌଶଳର ବିକାଶ ଓ ତାଲିମ୍ ଉପରେ ଗୁରୁତ୍ୱାରୋପ, ପରିବେଶ ସୁରକ୍ଷା, ନାରୀ ସଶକ୍ତିକରଣ, କଳା ଓ ସଂସ୍କୃତିର ପ୍ରୋତ୍ସାହନ, କ୍ରୀଡ଼ା ଉନ୍ନୟନ, ଶିଶୁ ବିକାଶ ଓ ଅଧିକାର ଦିଗରେ ପ୍ରାଧାନ୍ୟ, ବୃଦ୍ଧାବସ୍ଥାର ଯତ୍ନ, ଆଇନଗତ ସହାୟତା ଓ ସଚେତନତା, ଗ୍ରାମୀଣ ବିକାଶ, ସ୍ଵଚ୍ଛ ପାନୀୟ ଜଳ ଯୋଗାଣ ଓ ଜଳ ସଂରକ୍ଷଣ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ବଣ୍ଟନ ଓ ରକ୍ଷଣାବେକ୍ଷଣ ଏବଂ ସମାଜର ହିତ ଉଦ୍ଦେଶ୍ୟରେ ଅଭିପ୍ରେତ ଅନ୍ୟାନ୍ୟ କାର୍ଯ୍ୟଧାରା ସ୍ଥାନ ପାଇଥିବା ଶ୍ରୀ ଜେନା ପ୍ରକାଶ କରିଥିଲେ। ଏକ ଉନ୍ନତ ଓ ଆଦର୍ଶ ସମାଜ ଗଠନ କରିବାର ମହତ ଉଦ୍ଦେଶ୍ୟ ନେଇ ଜଗା କାଳିଆ ଚାରିଟେବୁଲ ଫାଉଣ୍ଡେସନ ସାମାଜିକ ନ୍ୟାୟ, ପ୍ରତିଷ୍ଠା ଓ ସମାଜର ସମନ୍ଵିତ ଉନ୍ନୟନ ପାଇଁ ଉତ୍ସର୍ଗୀକୃତ ଭାବରେ ଏହାର ଯାତ୍ରା ଆରମ୍ଭ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତଥିବା ଶ୍ରୀ ଜେନା ଘୋଷଣା କରିଥିଲେ। ଉଦଘାଟନୀ ଅଧିବେଶନରେ ଉପସ୍ଥିତ ମାନ୍ୟଗଣ୍ୟଙ୍କ ବ୍ୟକ୍ତି ମାନଙ୍କ ମଧ୍ୟରେ ଚାଟାର୍ଡ ଏକାଉଣ୍ଟାଣ୍ଟ୍ ରବୀନ୍ଦ୍ର ଶତପଥୀ, ତପସ୍ୱିନୀ ଦେଓ, ପ୍ରଫେସର ଡି. ପି. ମିଶ୍ର, ଡକ୍ଟର ଏଲ୍. ପି. ଶର୍ମା, ଡକ୍ଟର ଅରବିନ୍ଦ, ମନୋଜ ପାଣିଗ୍ରାହୀ, ଅନିରୁଦ୍ଧ ନାୟକ, ରତିକାନ୍ତ ରାଉତ, ପ୍ରଳୟ ବାହାଲି, ମନୋଜ ମହାପାତ୍ର, ଶହସ୍ରାଂଶୁ ମହାପାତ୍ର , ଛାୟାନ ରାଜପୁତ, ଅନଙ୍ଗ କର, ମହାଦେବ କୁମାର ଖାନାଲ୍, ସି.ଏଲ୍. ଘିମିରେ, ପ୍ରଦୀପ ରାସେଲି ଓ ଘନଶ୍ୟାମ ଶର୍ମା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। Categories: ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ରାଜ୍ୟ ଗାଁସାଥୀ (ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖାର ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ by Proprietor Abhimanyu Maharana September 13, 2026