0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ସିଏମସି ୫୬ ନମ୍ବର ୱ।ର୍ଡ଼ କାଜିପାଟଣା ଗ୍ରାମର ବାଶେଳୀ କ୍ଲବ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ବହୁ ପୁରାତନ ବୁଢ଼ା ଗଣେଶ ପୂଜା ମହା ସମାରୋହରେ ପାଳନ କରାଯାଇ ଆସୁଅଛି । ଶନିବାର ଦିନ ବାଶେଳୀ କ୍ଲବ ବୁଢା ଗଣେଶର ସଭାପତି ବିଶ୍ୱଜିତ ନାୟକଙ୍କ ଉପ ସଭାପତି ରୁଦ୍ର ପ୍ରସାଦ ସ୍ୱାଇଁଙ୍କ ନେତୃତ୍ୱରେ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ପୂଜାରେ ସାମିଲ ହୋଇଥିଲେ ।

