ନୟାଗଡ : ସୋମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଜଗନ୍ନାଥ ମନ୍ଦିରରେ ଦୀପଦାନ ।

ଓଡିଶା ତାଜା ନ୍ୟୁଜ୍ ( ୧୪ ଅଗଷ୍ଟ ଶୁକ୍ରବାର ) ନୟାଗଡ : – ସୋମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଜଗନ୍ନାଥ ମନ୍ଦିରରେ ଦୀପଦାନ କଲେ ଶୁଭେଛୁ ପୂର୍ବତନ ସାଂସଦ, ଖଣ୍ଡପଡାର ବିଧାୟକ ତଥା ସମ୍ବାଦ ଖବରକାଗଜର ସମ୍ପାଦକ ସୋମ୍ୟ ରଞ୍ଜନ ପଟ୍ଟନାୟକ କରୋନା ଆକ୍ରାନ୍ତ ହୋଇଥିବା ନିଜେ ଟୁଇଟ କରି ଜଣାଇଥିଲେ

ଏହି ପରିପ୍ରେକ୍ଷୀରେ ତାଙ୍କର ଆଶୁ ଆରୋଗ୍ୟ କାମନା ସହ ଦୀର୍ଘ, ନିରାମୟ ଜୀବନ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କରାଯାଇଥିଲା ନୟାଗଡରେ ଥିବା ଜଗନ୍ନାଥ ମନ୍ଦିରରେ କରୋନା ନୀତି ନିୟମ ମଧ୍ୟରେ ଦୀପଦାନ କରାଯାଇଥିଲା ଏହି ଦୀପଦାନ କାର୍ଯ୍ୟକ୍ରମରେ ସମ୍ବାଦର ଜିଲ୍ଲା ପ୍ରତିନିଧି ରିତେନ୍ଦ୍ର ଛାଟୋଇ,ଶିକ୍ଷାବିତ ଡ.ବିଜୟ ଚୌଧୁରୀ, ସାହିତ୍ୟ ଏକାଡେମୀ ସଦସ୍ୟ ଶିକ୍ଷାବିତ ଅଶୋକ ନାୟକ,

ରୋଟାରୀଆନ ପ୍ରମୋଦ ପଟ୍ଟନାୟକ,ବରିଷ୍ଠ ଆଇନଜୀବୀତଥା ରୋଟାରୀଆନ ରଂଜିତ ଦାଶ, କବି ଶରତ ଆଚାର୍ଯ୍ୟ, ସାମ୍ବାଦିକ ଅନିଲ ପଣ୍ଡା, ରାମକୃଷ୍ଣ ରଥ, ଆଲୋକ ବସନ୍ତରା, ଚିତ୍ତ ରଞ୍ଜନ ଦାଶ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ (ରିପୋର୍ଟ-ରାମକୃଷ୍ଣ ରଥ)

Exit mobile version