0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ସମଗ୍ର ଦେଶରେ ଗଣେଶ ଚତୁର୍ଥୀ ଧାର୍ମୀକ ପରିବେଶରେ ପାଳନ କରାଯାଉଥିବା ସମୟରେ ଭୁବନେଶ୍ବର ନିକଟସ୍ଥ ଚନ୍ଦକା ପଞ୍ଚାୟତର ଅନ୍ଧାରୁଆ ଗ୍ରାମଠାରେ ବାପୁଜୀ ଯୁବକସଂଘ ପକ୍ଷରୁ ରାଷ୍ଟ୍ରୀୟ ଚେତନା ବାର୍ତ୍ତାନେଇ ଏହା ପାଳିତ ହୋଇଛି। ଭାରତୀୟ ନାଗରିକ ଚେତନାର ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟ ନେଇ ଯୁବକ ସଂଘର ସମସ୍ତ ସଦସ୍ୟ ତଥା ବାସୀନ୍ଦାମାନେ ଜାତିଧର୍ମ ଓ ଭିନ୍ନ ଧର୍ମୀୟ ଭାବନା ନିର୍ବିଶେଷରେ ଏହାକୁ ପାଳନ କରିଛନ୍ତି ।
