ପେଶାଦାର ସାମ୍ବାଦିକ ସଂଘ ର କାର୍ଯ୍ୟାଳୟ ଉଦଘାଟିତ

0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :-> ପବିତ୍ର ଗଣେଶ ପୂଜା ଅବସରରେ ଛତିଆ ପେଶାଦାର ସାମ୍ବାଦିକ ସଂଘର କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି । ଛତିଆ ଚମ୍ପାପୁର ରୋଡ଼ ନିକଟରେ ଅବସ୍ଥିତ ସଂଘ କାର୍ଯ୍ୟାଳୟ ଉଦଘାଟନ ସହ ପ୍ରଭୁ ବିଘ୍ନ ବିନାଶକଙ୍କ ପୂଜା ସମ୍ପନ୍ନ ହୋଇଥିଲା । ଉପ ସଭାପତି ହୃଷିକେଶ ପୃଷ୍ଟି ପୂଜାରେ କର୍ତ୍ତା ହୋଇଥିବା ବେଳେ ସଭାପତି କମଳାକାନ୍ତ ପାଲ,

କୋଷାଧ୍ୟକ୍ଷ ଭଜ ହରି ପୃଷ୍ଟି, ବରିଷ୍ଠ ସାମ୍ବାଦିକ ଜୟକାନ୍ତ ରାଉତ, ଚନ୍ଦ୍ରଶେଖର ପୃଷ୍ଟି, ଦିଲ୍ଲୀପ କୁମାର ବରାଳ, ପ୍ରଦ୍ୟୁମ୍ନ ଓଝା, ସୌମ୍ୟ ରଞ୍ଜନ ସାହୁ, ବିଷ୍ଣୁ ଚରଣ ସାହୁ, ଦୀପ୍ତି ରଞ୍ଜନ ସାହୁ, ବିଭୁ ପ୍ରସାଦ ମହାରଣା, ପ୍ରମୁଖ ଉପସ୍ଥିତ ରହି ପୁଷ୍ପାଞ୍ଜଳୀ ପ୍ରଦାନ କରିଥିଲେ. ଏହି ଅବସରରେ ସ୍ଥାନୀୟ ବୈରୀ ଥାନାଧିକାରୀ ଶରତ ଚନ୍ଦ୍ର ନାୟକ ଫିତା କାଟି ଛତିଆ ପେଶାଦାର ସାମ୍ବାଦିକ ସଂଘର କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ ।

Exit mobile version