Home ଓଡ଼ିଶା ମୟୂରଭଞ୍ଜରେ ଗଡ଼ିଲା ସୁଭଦ୍ରା ଯୋଜନା ସଚେତନତା ରଥ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଯୋଜନା ସମ୍ପର୍କିତ ଭ୍ରମ ଓ ଭ୍ରାନ୍ତ ଦୂର କରି ଲୋକଙ୍କୁ ସଠିକ ତଥ୍ୟ ପ୍ରଦାନ କରିବା ଲକ୍ଷ୍ୟ : ମାନ୍ୟବର ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ 0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ମହିଳାଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ବହୁ ଆକାଂକ୍ଷିତ ଯୋଜନା ସୁଭଦ୍ରାର ଫର୍ମ ବଣ୍ଟନ ଓ ଆବେଦନ ପ୍ରକ୍ରିୟା ଇତିମଧ୍ୟରେ ଆରମ୍ଭ ହୋଇସାରିଛି । ଏହି ଯୋଜନା ସମ୍ପର୍କିତ ଲୋକଙ୍କ ଭିତରେ ରହିଯାଇଥିବା ଭ୍ରମ ଓ ଭ୍ରାନ୍ତ ଧାରଣାକୁ ଦୂର କରି ହିତାଧିକାରୀଙ୍କୁ ସଠିକ ତଥ୍ୟ ପ୍ରଦାନ ପୂର୍ବକ ସଚେତନ କରିବା ଲକ୍ଷ୍ୟ ନେଇ ସମଗ୍ର ରାଜ୍ୟରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହିପରିପ୍ରେକ୍ଷୀରେ ଆଜି ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୨୬ଟି ବ୍ଲକ ଓ ପୌରାଞ୍ଚଳର ଅଧିବାସୀଙ୍କୁ ସୁଭଦ୍ରା ଯୋଜନା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିବା ପାଇଁ ୧୩ ଗୋଟି ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଶନିବାର ଦିନ ଶ୍ରୀ ଗଣେଶ ପୂଜା ଅବସରରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗ, ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ସବୁଜ ପତାକା ପ୍ରଦର୍ଶନ କରି ଆନୁଷ୍ଠାନିକ ଭାବେ ଏହି ସୁସଜ୍ଜିତ ରଥର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ, ବାରିପଦା ପୌରପାଳିକା ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ଅତିରିକ୍ତ ଉନ୍ନୟନ ଅଧିକାରୀ ଶ୍ରୀ ଶାନ୍ତନୁ ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସିଙ୍କୁ ଓ ଅନ୍ୟ ଜିଲ୍ଲା ଅଧିକାରୀ ଉପସ୍ଥିତ ଥିଲେ । ନିଜ ବିବୃତିରେ ମନ୍ତ୍ରୀ ଡଃ ମହାପାତ୍ର ଏହି ଯୋଜନା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ମହିଳା ମାନଙ୍କ ପ୍ରତି ଥିବା ସମ୍ମାନ ଓ ସେମାନଙ୍କ କଲ୍ୟାଣ ଲାଗି ଥିବା ପ୍ରତିବଦ୍ଧତାର ପ୍ରମାଣ ବୋଲି କହିଥିଲେ ।ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଚାଲିଥିବା ଆବେଦନର କୌଣସି ଶେଷ ତାରିଖ ନାହିଁ, ସମସ୍ତ ଯୋଗ୍ୟା ମା ଓ ଭଉଣୀ ମାନଙ୍କୁ ଏହି ଯୋଜନାର ଲାଭ ନିଶ୍ଚୟ ମିଳିବ ବୋଲି କହିଥିଲେ । ସୂଚନା ଥାଉକି, ଏହି ସଚେତନତା ରଥ ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳ ଗସ୍ତ କରି ଲୋକଙ୍କୁ ସଚେତନ କରିବ । Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana September 7, 2026