ବଙ୍ଗଳାଦେଶୀ ନାଗରିକଙ୍କୁ ଚିହ୍ନଟ ଓ କାର୍ଯାନୁଷ୍ଠାନ ସହ ନୂଆ ଫାଣ୍ଡି ପ୍ରତିଷ୍ଠା ପାଇଁ ବିଧାନସଭାରେ ଦାବିକଲେ – ବଡ଼ସାହି ବିଧାୟକ

0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେତନଟୀ :-> ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବିଧାୟକ ସନାତନ ବିଜୁଳି ତାଙ୍କ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ବେତନଟୀ ଓ ବଡ଼ସାହି ବ୍ଲକ ଅଞ୍ଚଳରେ ବହୁ ସଂଖ୍ୟାରେ ବଙ୍ଗଳାଦେଶୀ ନାଗରିକଙ୍କୁ ଦେଖିବାକୁ ମିଳୁଥିବା ପରିପ୍ରେକ୍ଷୀରେ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି। ଏମାନେ ଅନୈତିକ ଭାବେ ଅଞ୍ଚଳକୁ ପ୍ରବେଶ କରି ସରକାରୀ ଜାଗାକୁ ରାତାରାତି ଦଖଲ କରି ଅସ୍ଥାୟୀ ଘର ବନାଇ ରହୁଥିବା ସହ କାଠ କାମ , ପକ୍କାଘର ନିର୍ମାଣ କାମ , ଫେରିବାଲା ହୋଇ ଗାଁ ଗାଁ ବୁଲି ବାସନ ବିକ୍ରି କରୁଥିବା ବେଳେ ଚୋରି ଛିନତାଇ ଭଳି ଘଟଣାମାନ ଘଟାଉଥିବା ଦେଖିବାକୁ ମିଳୁଛି।

ଏହା ବ୍ୟତିତ ଅନେକ ସମୟରେ ଏହି ଅଞ୍ଚଳରେ ଅପରାଧ ଘଟାଇ ଅଭିଯୁକ୍ତ ମାନେ ଦକ୍ଷିଣରେ ପଡୋଶୀ ବାଲେଶ୍ଵର ଜିଲ୍ଲାକୁ ଓ ଉତ୍ତର ସୀମାକୁ ଲାଗିଥିବା ପଶ୍ଚିମବଙ୍ଗ କୁ ଖସି ପଳାଇ ଯାଉଥିବା ଯୋଗୁଁ ସ୍ଥାନୀୟ ପୋଲିସ ପ୍ରଶାସନକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ଲକ୍ଷ୍ୟରେ ବୈଶିଙ୍ଗା ଥାନା ଠାରୁ ୭ କିମି ଦୁରରେ ଥିବା କଳମା ଠାରେ ଓ ୧୩ କିମି ଦୁରରେ ଥିବା ଅଁଳା ଠାରେ ଫାଣ୍ଡି ପ୍ରତିଷ୍ଠା ପାଇଁ ଆଜି ବିଧାନସଭାରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି ।

Exit mobile version