Home ଓଡ଼ିଶା ବିରାଜିଲେ ବିଘ୍ନ ବିନାଶନ, ଆଧ୍ୟାତ୍ମିକ ମାହୋଲରେ ଭକ୍ତଙ୍କ କୃପାଭିକ୍ଷା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଭାଦ୍ରବ ମାସ କୃର୍ଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ବିରାଜିତ ହୋଇଛନ୍ତି ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଣେଶ । କୋଟି କୋଟି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ପୂଜିତ ହୋଇଛନ୍ତି ବିଘ୍ନ ବିନାଶନ । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ବିଘ୍ନ ବିନାଶନ ଗଜାନନଙ୍କ ପୂଜାତ୍ସୋବ ମହା ଆଡମ୍ବର ଓ ଉତ୍ସାହର ସହ ପାଳିତ ହୋଇଛି । ସହରର ନିୟନ୍ତ୍ରିତ ବଜାର କମିଟି, ହିଞ୍ଜିଳି ରାଉଳ ସାହିର ପପି ସେବାମିତ୍ର ମଣ୍ଡଳୀ,ଏନଏସି ଉଚ୍ଚ ବିଦ୍ୟାଳୟ, ସରକାରୀ ବୃନ୍ଦାବନ ବିଦ୍ୟାପୀଠ, ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ, ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର, ଧରିତ୍ରୀ ପବ୍ଳିକ ସ୍କୁଲ, ଓଁ ଶ୍ରୀ ଇଣ୍ଟରନ୍ୟାସନାଲ ସ୍କୁଲ, ବୁରୁପଡ଼ା ଭଗବତି ବିଦ୍ୟାପୀଠ, ପୋଡ଼ିଙ୍ଗି ସ୍ଥିତ ଶ୍ୟାମଳାଇ ବିଦ୍ୟାପୀଠ, ଶାସନ ଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଆଙ୍କୋରଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୃନ୍ଦାବନ ନାୟକ ଇଁରାଜୀ ମାଧ୍ୟମ ବିଦ୍ୟାଳୟ, ପୋଚିଲିମା ସ୍ଥିତ ସରକାରୀ ଶିଳ୍ନ ତାଲିମ ଅନୁଷ୍ଠାନ, ଖାମ୍ବେୟାଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେଶବ ମାଧବ ସରସ୍ୱତୀ ଶିଶୁ ମନ୍ଦିର ସମେତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ସାହି ବସ୍ତିରେ ସ୍ୱେଛାସେବୀ ସଙ୍ଗଠନ ଓ ଯୁବ ସମାଜ ପକ୍ଷରୁ ବିଘ୍ନନାଶକ ଗଜାନନଙ୍କ ପୂଜାତ୍ସୋବ ପାଳିତ ହୋଇଛି । ସହରର ଅନ୍ୟତମ ପୁରାତନ ଘୋଡ଼ାହାଡ଼ ପାହାଡ଼ ଏବଂ ସୋମପୁର ଘୋଡ଼େଇଶୁଣୀ ପୀଠରେ କେଉଁ ଆବାହମାନ କାଳରୁ ଅଧିଷ୍ଠିତ ଥିବା ଗଣେଷ ମନ୍ଦିରରେ ପ୍ରାତଃହରୁ ଦିନତମାମ ଭକ୍ତ,ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଲାଗି ରହିଥିଲା । ଚଳିତ ବର୍ଷ ହିଞ୍ଜିଳିକାଟୁ ପୌରାଞ୍ଚଳରେ ଛୋଟବଡ଼ ପ୍ରାୟ ୧୯୨ଟି ବିନାୟକ ମହାପ୍ରଭୂଙ୍କ ମୃଣୟ ମୂର୍ତ୍ତି ପୂଜାର୍ଚ୍ଚନା ହୋଇଛି। ବିନାୟକ ଚତୁର୍ଥୀକୁ ଅଧିକ ଆକର୍ଷଣୀୟ କରିବା ଲକ୍ଷ୍ୟ ନେଇ ସହରର ରାଜାସାହିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭାରତଲୀଳା ନାଟକ ପରିବେଷଣ କରାଯାଇଥିଲା । ଗଜାନନଙ୍କ ପୂଜାତ୍ସୋବ ସକାଶେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡ଼ିକରେ ପୂଜା ମଣ୍ଡପ ଝଲସି ଉଠିବା ସହ ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ବାନା ଓ ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିଲା । ହିଞ୍ଜିଳି ଥାନା ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ପୋଲିସ ମୁତୟନ କରାଯାଇଛି । ପ୍ରତିକୂଳ ପାଗ ସତ୍ତ୍ୱେ ପୂଜା ମଣ୍ଡପ ସ୍ଥଳରେ ଭକ୍ତ , ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ବିଦ୍ୟାଦାତାଙ୍କୁ ସ୍ମରଣ କରି ଛାତ୍ର ଛାତ୍ରୀ ଆଶିଷ ଭିକ୍ଷା କରିଥିବା ବେଳେ ଲଗାଣ ବର୍ଷା ଜନିତ ପ୍ରତିକୂଳ ପ୍ରଭାବରେ ଉତ୍ସବ ଫିକା ପଡ଼ିଯାଇଛି । Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026