କଳାହାଣ୍ଡି ଜିଲ୍ଲାରେ ସୁଭଦ୍ରା ରଥ ର ଶୁଭାରମ୍ଭ

0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ରାଜ୍ୟରେ ମହିଳା ମାନଙ୍କ କଲ୍ଯାଣ ପାଇଁ ରାଜ୍ୟସରକାର ଙ୍କ ଏକ ଅଭିନବ ସୁଭଦ୍ରା ଯୋଜନା ସମ୍ପର୍କରେ ଜିଲ୍ଲାର ଜନସାଧାରଣଙ୍କ ସଚେତନତା ସୃଷ୍ଟି କରିବା ପାଇଁ ବ୍ୟାପକ ପ୍ରସାର ପ୍ରସାର ନିମନ୍ତେ ସୁଭଦ୍ରା ରଥ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ଯରୁ ଶୁଭାରମ୍ଭ କରାଯାଇଛି। ମାନ୍ୟବର କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ ।ଏଥିରେ ମାନ୍ୟବର ବିଧାୟକ ଧର୍ମଗଡ଼ ସୁଧୀର କୁମାର ପାଟଯୋଷୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢୀ,

ଅତିରିକ୍ତ ଜିଲ୍ଲା ମୁଖ୍ୟ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦିଲୀପ କୁମାର ମହାରଣା, ଜିଲ୍ଲା ଶିକ୍ଷା ଅଧିକାରୀ ଏସ୍ କେ ଚୋପଦାର,ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ମୁଜିବୁନ ନିଶା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ,ଭବାନୀ ପାଟଣା ବିଡିଓ ଚନ୍ଦନ କୁମାର ଭୋଇ,ଡି ପି ସି, ମିଶନ ଶକ୍ତି ଅମୃତ ପାଢୀଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, ଜନପ୍ରତିନିଧି, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡି କର୍ମୀ,

ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ। ୭ ଗୋଟି ରଥ ଜିଲ୍ଲାର ୧୩ ଟି ବ୍ଲକ ପରୀକ୍ରମା କରିବ ଏବଂ ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତର ପ୍ରତ୍ୟେକ ଗ୍ରାମକୁ ଯାଇ ସୁଭଦ୍ରା ଯୋଜନା ବିଷୟରେ ଲୋକଙ୍କୁ ସଚେତନତା କରିବ। ନୂତନ ସରକାର ସୁଭଦ୍ରା ଯୋଜନାକୁ କାର୍ଯ୍ୟକାରି କରିବାକୁ ଯାଇ ଆଜି ଠାରୁ ସଚେତନ ବାର୍ତ୍ତା ପ୍ରଚାର କରାଯିବ l ଏହି ରଥ ଆଜିଠାରୁ ଆସନ୍ତା ୧୬ତାରିଖ ଯାଏଁ ଜିଲ୍ଲାର ଗ୍ରାମେ ଗ୍ରାମେ ବୁଲିବ ଏବଂ ସୁଭଦ୍ରା ବାର୍ତ୍ତା ପ୍ରଚାର କରିବ lଏହି ଯୋଜନାରେ ପ୍ରତ୍ୟେକ ମହିଳା ପାଞ୍ଚ ବର୍ଷରେ ୫୦ହଜାର ଟଙ୍କା ପାଇବେ ଏବଂ ବର୍ଷକୁ ଦୁଇଟି କିସ୍ତିରେ ୧୦ହଜାର ଲେଖାଏଁ ପାଇବେ l ଯୋଗ୍ୟ ମହିଳାଙ୍କୁ ପ୍ରତ୍ୟେକ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ବିଶ୍ୱ ମହିଳା ଦିବସରେ ଏହି ଅର୍ଥ ରାଶି ପ୍ରଦାନ କରାଯିବ l

 

Exit mobile version