ସୁଭଦ୍ରା ଯୋଜନାର ପ୍ରଚାର ପ୍ରସାର : ଖୋର୍ଦ୍ଧା ଜିଲ୍ଲାରେ ୧୦ଟି ବ୍ଲକ ଓ ୪ଟି ସହରାଞ୍ଚଳ ପାଇଁ ପ୍ରଚାର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ – ଆଇନ ଓ ଅବକାରୀ ମନ୍ତ୍ରୀ

0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା  :-> ସୁଭଦ୍ରା ଯୋଜନାର ପ୍ରଚାର ପ୍ରସାର ଓ ସଫଳ ରୂପାୟନ ନିମନ୍ତେ ଆଜି ଖୋର୍ଦ୍ଧା ଜିଲ୍ଲାରେ ୧୦ଟି ବ୍ଲକ ଓ ୪ଟି ସହରାଞ୍ଚଳ ପାଇଁ ପ୍ରଚାର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବିଧାୟକ ପ୍ରଶାନ୍ତ ଜଗଦେବ, ପ୍ରଦୀପ କୁମାର ସାହୁ , ନବକିଶୋର ମଲ୍ଲିକ,

ଜିଲ୍ଲାପରିଷଦ ଅଧ୍ୟକ୍ଷା ରୂପଶ୍ରୀ ଗୁମାନ ସିଂହ, ଉପାଧ୍ୟକ୍ଷ ଗୋପିନାଥ ମହାରଣା ଓ ଖୋର୍ଦ୍ଧା ମୁ୍୍ୟନିସିପାଲିଟି ଅଧ୍ୟକ୍ଷା କନକଲତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସୁଭଦ୍ରା ଯୋଜନା ରଥକୁ ପତାକା ଦେଖାଇଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ଚଚଂଳ ରାଣା , ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରିଆ ଓ ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସହକାରୀ ଜିଲ୍ଲାପାଳ ଦେବବ୍ରତ କର ପରିଚାଳନା କରିଥିଲେ ।

Exit mobile version