Home ଓଡ଼ିଶା ଉଦଘାଟିତ ହେଲା ସୁଭଦ୍ରା ଯୋଜନା ରଥ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ପୁରୀ ଜିଲ୍ଲାରେ ସଚେତନତା ବାର୍ତ୍ତା ବାଣ୍ଟିବ। 0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ପରିସରରେ ସୁଭଦ୍ରା ଯୋଜନା ସଚେତନତା ରଥର ଶୁଭ ଉଦଘାଟନ ହୋଇଥିଲା।ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଏହି ରଥକୁ ଉଦଘାଟନ କରିବା ସହ ମହିଳା ମାନ ଙ୍କୁ ସ୍ୱାବଲମ୍ବୀ ଓ ଆର୍ଥିକ ସମୃଦ୍ଧ କରିବା ରେ ସୁଭଦ୍ରା ଯୋଜନା ସହାୟକ ହେବ ବୋଲି କହିଥିଲେ।ଏହା ଉପାଦେୟ ଯୋଜନା। ଏହା ଏକ ନିରନ୍ତର ପ୍ରକ୍ରିୟା।ଏଥିରେ ସମସ୍ତ ଯୋଗ୍ୟ ହିତାଧିକାରୀ ସାମିଲ ହେବେ। ଅଯଥା ଭିଡ ବା ଗହଳି ନ କରିବାକୁ ସେ ପରାମର୍ଶ ଦେଇଥିଲେ। ସମସ୍ତଙ୍କୁ ସଚେତନ ଓ ସେମାନଙ୍କ ମନରେ ଥିବା ସଂଶୟ କୁ ଦୂର କରିବାରେ ଏହି ରଥ ପ୍ରମୁଖ ଭୂମିକା ନେବ ଓ ପ୍ରକୃତ ହିତାଧିକାରୀ ଏହାର ସଫଳତା ପାଇବା ସହଜ ହୋଇ ପାରିବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ମମତା ଡିପିସି ପ୍ରଣତି ମହାନ୍ତି, ମିଶନ ଶକ୍ତି ଡିପିସି ଆରତୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାରେ ଆଜି ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ୬ ଗୋଟି ସୁଭଦ୍ରା ସଚେତନତା ରଥ ପରିକ୍ରମା କରିବ। ସମସ୍ତ ବ୍ଲକ, ପୌରପରିଷଦ ଓ ଏନ ଏ ସି ଅଞ୍ଚଳ ପରିକ୍ରମା କରି ଲୋକ ମାନ ଙ୍କୁ ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନ କରିବ ବୋଲି ସୂଚନା ମିଳିଛି । Categories: ଓଡ଼ିଶା, ପୁରୀ, ହୋମ୍ Related Content ବାଙ୍କୋଇ - ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ by Proprietor Abhimanyu Maharana August 10, 2026 ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ - ଟିଟିଲାଗଡ ସେକ୍ସନ ନିରୀକ୍ଷଣ by Proprietor Abhimanyu Maharana August 10, 2026 ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ କବୀମାନେ ଯତ୍ନ୍ନବାନ ହୁଅନ୍ତୁ by Proprietor Abhimanyu Maharana August 10, 2026 ସ୍ବର୍ଗତ ଛାତ୍ର ସନ୍ତୋଷ ସାହୁଙ୍କ ସ୍ମୃତି ଚାରଣ ସଭା by Proprietor Abhimanyu Maharana August 10, 2026 1984 ମସିହା ISc ଵେଚ ର ବନ୍ଧୁ ମିଳନ by Proprietor Abhimanyu Maharana August 10, 2026 ହରଘର ତ୍ରିରଙ୍ଗା ଅବସରରେ କଳା ପ୍ରଦର୍ଶନ କର୍ମଶାଳା by Proprietor Abhimanyu Maharana August 10, 2026