ଛାତ୍ର ଛାତ୍ରୀଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଦିଆଯାଉଛି ନିମ୍ନ ମାନର ପୋସାକ

ସିଲେଇ ନକରି ମାପ ଅନୁସାରେ ଦିଆ ନଯାଇ ବଣ୍ଟନ କରାଯାଉଛି କିଣା ଡ୍ରେସ ।

0୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ପ୍ରାକ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଦିଆଯାଉଛି ନିମ୍ନ ମାନର ପୋସାକ । ସିଲେଇ ନକରି ମାପ ଅନୁସାରେ ଦିଆ ନଯାଇ ବଣ୍ଟନ କରାଯାଉଛି କିଣା ଡ୍ରେସ । ଏହି ଅଭିଯୋଗ ଆଣିଛନ୍ତି ଜିଲ୍ଲାରେ ଥିବା ଅଙ୍ଗନବାଡି କର୍ମୀମାନେ। ଜିଲ୍ଲାରେ ଥିବା ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଡ୍ରେସ ଯୋଗାଣ କରା ଯାଇନଥିବା ବେଳେ ଓଡ଼ଗାଁ ,ଦଶପଲ୍ଲା, ଖଣ୍ଡପଡ଼ା CDPO  ମାନେ ଏହି ନିମ୍ନମାନର ଡ୍ରେସ ଯୋଗାଣ କରାଇ ଚାଲିଛନ୍ତି ।

ଏହାକୁ ନେଇ ଜିଲ୍ଲାରେ ଥିବା ବିଜୁ ଶ୍ରମିକ ସାମୂଖ୍ୟର ଅଙ୍ଗନବାଡି କର୍ମୀ ସଙ୍ଘ ଜିଲ୍ଲା ରେ ବୈଠକ ଡାକି ଏହାକୁ ତୀବ୍ର ବିରୋଧ କରିଛନ୍ତି । ଅତି ତରବରିଆ ଭାବେ ଖଣ୍ଡପଡ଼ା ସିସୁବିକାଶ ଅଧିକାରୀ ଖଣ୍ଡପଡ଼ା ଅଂଚଳରେ ଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଗୋଷ୍ଠୀ ମାଧ୍ୟମରେ ନିମ୍ନ ମାନର ଡ୍ରେସ ଯୋଗାଣ କରିଛନ୍ତି । ଯେଉଁ ମହିଳା SHG ନାମରେ ଡ୍ରେସ ଯୋଗାଣ କରାଯାଉଛି ସେହି ଗ୍ରୁପ ର ମହିଳା ମାନେ ସିଲେଇ ଶିଖିନାହାନ୍ତି ଏବଂ ତାଙ୍କ ପାଖରେ ସିଲେଇ ମେସିନ ମଧ୍ୟ ନାହିଁ । ଏହି ଡ୍ରେସ ଯୋଗାଣ କୁ ନେଇ କଣ କହୁଛନ୍ତି ଅଙ୍ଗନବାଡି କର୍ମୀ ଶୁଣନ୍ତୁ ।

ମାଳତିଦେବୀ ପ୍ରାକ ବିଦ୍ୟାଳୟ ପରିଧାନ ଯୋଜନାରେ ପୋଷାକ ବିତରଣ ପାଇଁ SHG ମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏଥିରେ ୧୪ ତାରିଖ ଆବେଦନ କରିବାର ଶେଷ ତାରିଖ ହୋଇଥିବା ବେଳେ ଖଣ୍ଡପଡ଼ା ୧୫-୨୪ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା ହୋଇଥିଲା କିନ୍ତୁଏହି ସମୟ ମଧ୍ୟରେ ସମ୍ପୃକ୍ତ ଗୋଷ୍ଠିଙ୍କୁ ଏତେ ସ୍ୱଳ୍ପ ସମୟ ମଧ୍ୟରେ ୧୭୯ କେନ୍ଦ୍ର ରେ ଏତେ ସଂଖ୍ୟକ ଡ୍ରେସ କିଭଳି ସିଲେଇ କରି ବଣ୍ଟନ କଲେ ଏହା ଏବେ ପ୍ରଶ୍ନବାଚି ସୃଷ୍ଟି କରୁଛି । ଯେଉଁ ନୋଟିସି ପ୍ରକାଶ କରାଯାଇଛି ସେଥିରେ ୫ ଟି ସର୍ତ୍ତାବଳୀ ରଖାଯାଇଛି । ଏହି ସର୍ତ୍ତାବଳୀକୁ ନେଇ ଟେଣ୍ଡର ଦେଲାବେଳେ ଖଣ୍ଡପଡ଼ା CDPO କୌଣସି ନିୟମ ମାନୁନାହାନ୍ତି । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ରାଧେ ରାଧେ ନ୍ୟାୟ ରେ ପୋଷାକ ବଣ୍ଟନ କରାଇଛନ୍ତି ଅଧିକାରୀ ।

ଏହି COVID କଟକଣା ମଧ୍ୟରେ ଅଙ୍ଗନବାଡି କର୍ମୀମାନେ ଦିନ ରାତି ନିଜକୁ ନିୟୋଜିତ କରିଥିଲେ ମଧ୍ୟ CDPOଙ୍କ ଦାୟିତ୍ୱ ହୀନତା ଯୋଗୁ କର୍ମୀ ମାନେ ଗତ ୩ ମାସ ହେବ ଦରମା ନପାଇ ହନ୍ତସନ୍ତ ହେଉଛନ୍ତି।ଏଦିଗରେ ବହୁ ବାର ଅଭିଯୋଗ କରିଥିଲେ ମଧ୍ୟ କର୍ତ୍ତୃପକ୍ଷ ଙ୍କର ଦୃଷ୍ଟି ପଡ଼ିନାହିଁ । ଏହି ପରି ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକ ଅଂଚଳରେ ଥିବା ସୁପରଭାଇଜର ମାନେ ଦୀର୍ଘ ଦିନ ଧରି ଗୋଟିଏ ଜାଗାରେ ରହିଥିବାରୁ ଏମାନଙ୍କ ବଦଳି ଦାବି କରିଛି ଅଙ୍ଗନବାଡି ସଂଘ।ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି । CDPO କହିଛନ୍ତି ମୋ କର୍ମଚାରୀ ତଦନ୍ତ କରିଛନ୍ତି ଏବଂ ସିଲେଇ ଡ୍ରେସ ବଣ୍ଟନ କରାଯାଇଛି । ଏହା କହି ଫୋନ କାଟି ଦେଇଛନ୍ତି । ଘଟଣା ସମ୍ପର୍କରେ ଆମ ପ୍ରତିନିଧି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ , ଶୁଣନ୍ତୁ ସେ କଣ କହିଛନ୍ତି ।

Exit mobile version