ଅଙ୍ଗନବାଡି ଡ୍ରେସ କିଣାରେ ଦୁର୍ନୀତି ଘଟଣା

ଅଙ୍ଗନବାଡି କେନ୍ଦ୍ରକୁ ନିମ୍ନମାନର ଡ୍ରେସ ଯୋଗାଣ

0୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଲଷ୍ମୀପୁର :-> ଲଷ୍ମୀପୁର ସମନ୍ୱିତତ ଶିଶୁ ବିକାଶ ଯୋଜନା ତରଫରୁ ଅଙ୍ଗନବାଡି କେନ୍ଦ୍ରରେ ପାଠ ପଡୁଥିବା ପ୍ରି ସ୍କୁଲ ପିଲାଙ୍କ ଡ୍ରେସ କିଣାରେ ଦୁର୍ନୀତି ସହ କେନ୍ଦୁବାଡ଼ା ଗାଁ ରେ ମହିଳା ଓ ଶିଶୁ ମାନଙ୍କୁ ଅଙ୍ଗନବାଡି କର୍ମୀ ଦ୍ୱାରା ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯାଉନଥିବା ଅଭିଯାଗକୁ ଭିତ୍ତି କରି ଆଜି କୋରାପୁଟ ଉପଜିଲ୍ଲାପାଳ ଶ୍ରୀ ବେଣୁଧର ଶବର ଲଷ୍ମୀପୁର ସ୍ଥିତ ଶିଶୁ ବିଭାଗ କାର୍ଯ୍ୟାଳୟରେ ପହଂଚି ଏଥି ସମ୍ପର୍କିତ କାଗଜ ପତ୍ର ସବୁ ଯାଞ୍ଚ କରିଥିଲେ l

ଏବଂ ଏହାପରେ ଗଣମାଧ୍ୟମ କୁ କହିଛନ୍ତି ଯେ ସମନ୍ୱିତ ଶିଶୁ ବିଭାଗ ତରଫରୁ ଅଙ୍ଗନବାଡି କର୍ମୀ କେଉଁଠାରୁ ପ୍ରି ସ୍କୁଲ ପିଲାଙ୍କ ଡ୍ରେସ କିଣିଛନ୍ତି ଓ କେଉଁ କେଉଁ ଅଙ୍ଗନବାଡି କେନ୍ଦ୍ରରେ ଅନିୟମିତତା ହୋଇଛି, କେଉଁ ସେଣ୍ଟର କୁ ଅଙ୍ଗନବାଡି କର୍ମୀ ଯାଉନାହାନ୍ତି, ବିଭାଗ ତରଫରୁ ଦିଆଯାଉଥିବା ସାମଗ୍ରୀ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି କି ନାହିଁ ତାହାର ତଦନ୍ତ କରିବା ସକାଶେ ସିଡିପିଓ ଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି l

Exit mobile version