0୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଟଣୀ :-> ଏଲ ଇଶ୍ୱର ରାଓ ସୂକ୍ଷ୍ମ କଳାକାର । ଘର ଗୋପୀନାଥପୁର ହାଟବଜାର ଜଟଣୀ । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଣେଶ ପୂଜା ପାଇଁ 750 ଏମ ଏଲ ବୋତଲ ଭିତରେ ଆଇସକ୍ରିମ ଷ୍ଟିକ୍ସରେ ତିଆରି କରିଛନ୍ତି ଗଣେଶ ମୂର୍ତ୍ତି । ଏହି କାମ କରିବା ପାଇଁ 10 ଦିନ ସମୟ ଲାଗିଛି । କାମରେ ଆଇସକ୍ରିମ ଷ୍ଟିକ୍ସ, ସିଲଭର ପେପର ଓ ସୁତୁଲି ବ୍ୟବହାର ହୋଇଛି ।

