
0୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି :-> ଗଜପତି ଜିଲ୍ଲାର ରା. ଉଦୟଗିରି ବ୍ଲକ ଅଧୀନରେ ଥିବା କେ. ଏମ. ଭଳିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ପ୍ରରୋଚନା କ୍ରମେ ପଵିତ୍ର ଗୁରୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ଶିକ୍ଷକ ଶ୍ରୀଯୁକ୍ତ ତାରିଣୀ ଚରଣ ମଣ୍ଡଳ ସଭାପତି ଆସନ ଗ୍ରହଣ କରିଥିଲା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସାଧୁଚରଣ ଦଣ୍ଡସେନା ମୁଖ୍ୟ ଅଥିତି ଏବଂ ଶିକ୍ଷକ ଶ୍ରୀଯୁକ୍ତ ଯୁଧିଷ୍ଠିର ପାଇକ ମୁଖ୍ୟ ବକ୍ତା ଭାବରେ ଆସନ ଗ୍ରହଣ କରି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ l

