0୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଆର,ଉଦୟଗିରି ସହରରେ ଗତ କାଲି ଠାରୁ ସମସ୍ତ ଆଙ୍ଗନବାଡି କେନ୍ଦ୍ର ମାନଙ୍କରେ ସୁଭଦ୍ରା ଯୋଜନା ପାଇଁ ମାଗଣାରେ ଫର୍ମ ବଣ୍ଟନ ଆରମ୍ଭ ହୋଇଯାଇଛି। କିନ୍ତୁ ଏହା ଆବେଦନ କରିବାପାଇଁ ଆଧାରକାର୍ଡରେ ମୋବାଇଲ ନମ୍ବର ଲିଙ୍କ ବାଧ୍ୟତାମୂଳକ ହୋଇଥିବା ଯୋଗୁଁ ସହରର ପ୍ରତ୍ୟେକ ଆଧାର କେନ୍ଦ୍ରରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମହିଳାମାନଙ୍କ ଭିଡ ଦେଖିବାକୁ ମିଳୁଛି । ଏଠାରେ ଥିବା ଆଧାରକାର୍ଡ ଜନସେବା କେନ୍ଦ୍ର ଓ ମୋସେବା କେନ୍ଦ୍ରକୁ ମିଳିଥିବା କେନ୍ଦ୍ର ଗୁଡିକ ଆଧାରକାର୍ଡରେ ମୋବାଇଲ୍ ସଂଯୋଗ କରିବାକୁ ହେଲେ ଲୋକଙ୍କ ଠାରୁ ସରକାରଙ୍କ ଧାର୍ଯ୍ୟ ଦରଠାରୁ ଚଢାଦରରେ ନେଉଥିବା ଅଭିଯୋଗ ହେଉଛି ।

