୨୦୨୬ରେ ସୁଜିତ କୁମାରଙ୍କ କାର୍ଯ୍ୟକାଳ ସରିଥାନ୍ତା । କାର୍ଯ୍ୟକାଳ ସରିବାର ୨ ବର୍ଷ ପୂର୍ବରୁ ସୁଜିତ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି ।
ପଲିଟିକାଲ କ୍ୟାରିଅର ଶେଷ କରିଦିଆଯିବ କୁହାଯାଇଥିଲା । କଳାହାଣ୍ଡି ଆସି ଜଣେ ରାଜ୍ୟସ୍ତରୀୟ ନେତା ଏକଥା କହିଥିଲେ ।
0୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମରଙ୍କ ଉପସ୍ଥିତରେ ସେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରେ ଯୋଗ ଦେବା ସୁଜିତ ବିଜେଡି ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି, ନିର୍ବାଚନ ପୂର୍ବରୁ ରାଜ୍ୟସଭାରୁ କାଢ଼ି ଦିଆଯିବ ବୋଲି ମୋତେ ଧମକ ଦିଆଯାଇଥିଲା । ପଲିଟିକାଲ କ୍ୟାରିଅର ଶେଷ କରିଦିଆଯିବ କୁହାଯାଇଥିଲା । କଳାହାଣ୍ଡି ଆସି ଜଣେ ରାଜ୍ୟସ୍ତରୀୟ ନେତା ଏକଥା କହିଥିଲେ । ଏହି କଥା ମୋ ମୁହଁରେ କହିନଥିଲେ, ବରଂ ଦଳୀୟ ନେତାଙ୍କୁ ସେ କହିଥିଲେ । ମୋ ସାମ୍ନାରେ ଏକଥା କହିବାର ତାଙ୍କର ସାହସ ନଥିଲା ।
ନିର୍ବାଚନ ପରେ ମୁଁ ଏକଥା ଦଳର ସୁପ୍ରିମୋଙ୍କୁ ଜଣାଇଥିଲି । ସୁଜିତ ଆହୁରି କହିଛନ୍ତି, ପ୍ରାୟ ଦେଢ଼ବର୍ଷ ହେଲା ଦଳରେ ମୋତେ ଅଣଦେଖା କରାଯାଉଥିଲା । ଦଳର ଜଣେ ଦୁଇ ଜଣ ବଡ଼ ନେତାଙ୍କର ଗୋଲାମୀ ପାଇଁ ବାଧ୍ୟ କରାଯାଉଥିଲା । କୌଣସି ଦଳୀୟ କାର୍ଯ୍ୟରେ ମୋତେ ସାମିଲ କରାଯାଉନଥିଲା । ସଂପୃକ୍ତ ନେତାଙ୍କୁ ମୁଣ୍ଡିଆ ମାରିବାକୁ କିଛି ନେତା କହୁଥିଲେ । ମୁଁ ବିଦେଶରୁ ପଢ଼ି ଆସିଛି, ଏହା ମୋ ସ୍ୱାଭିମାନକୁ ବାଧିଥିଲା । କାହା ପାଖରେ ଗୋଲାମୀ କରିବା ମୋ ଦ୍ୱାରା ସମ୍ଭବ ନୁହେଁ ।
