Home ଓଡ଼ିଶା ତାଇକୋଣ୍ଡା ପ୍ରତିଯୋଗିତା, ଗଜପତି ର ଗୌରବ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀ ସୁବର୍ଣା ପାଇଲେ କାଂସ୍ୟ ପଦକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଉତ୍ତର ପ୍ରଦେଶ ଝାନ୍ସି ରେ ଗତ ମାସ ୨୭ତାରିଖ ଠାରୁ ୩୧ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ର ଜାତୀୟ ସ୍ତରୀୟ ବାଳିକା ତାଇକୋଣ୍ଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ର ଗଜପତି ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ରୀ ସୁବର୍ଣ୍ଣା ସାହୁ ତୃତୀୟ ସ୍ଥାନ ହାସଲ କରି କାଂସ୍ୟ ପଦକ ପାଇବାରେ ସଫଳ ହୋଇଛନ୍ତି। ତାଙ୍କ ପିତାଙ୍କ ନାମ ପ୍ରସନ୍ନ କୁମାର ସାହୁ ଓ ମାତାଙ୍କ ନାମ ହରପ୍ରିୟା ସାହୁ ଏବଂ ତାଙ୍କ ବଡ ବାପା ମୋହନା ର ବିଶିଷ୍ଟ ଶିଳ୍ପପତି ମନୋଜ କୁମାର ସାହୁ ଏବଂ ବଡ ମାଆ ବିଷ୍ଣୁପ୍ରିୟା ସାହୁ ଅଟନ୍ତି। ତାଙ୍କ ଏହି ସଫଳତାରେ ପରିବାର ସଦସ୍ୟ ମାନେ ଖୁସି ବ୍ୟକ୍ତ କରିଥିବା ଜଣାପଡିଛି । ସେ ଗଜପତି କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନରତ ଥିବା ବେଳେ ସେ ଜିଲ୍ଲା ତାଏକ୍ୱେଣ୍ଡା ଏକାଡେମୀ ର ଜଣେ ସଫଳ ଛାତ୍ରୀ ଅଟନ୍ତି। ସର୍ବଭାରତୀୟ କେନ୍ଦ୍ରୀୟ ବିଦ୍ୟାଳୟ ଦ୍ଵାରା ଆୟୋଜିତ ବାଳିକା ବିଭାଗ ତାଏକ୍ୱେଣ୍ଡା ରେ ରାଜ୍ୟର ୧୭ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। ସମଗ୍ର ଦେଶର ୨୬ ରାଜ୍ୟରୁ ସମୁଦାୟ ୬୦୦ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। ଗଜପତି ଜିଲ୍ଲା ତାଏକ୍ୱେଣ୍ଡା ଏକାଡେମୀ ତଥା କେନ୍ଦ୍ରୀୟ ବିଦ୍ୟାଳୟ ର ଦୁଇ ଜଣ ଛାତ୍ରୀ ସୁବର୍ଣା ସାହୁ ଏବଂ ପ୍ରିୟାଲି ରାଣୀ ଦାସ ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ସୁବର୍ଣା ସାହୁ ତାଏକ୍ୱେଣ୍ଡା ରେ କାଂସ୍ୟ ପଦକ ହାସଲ କରି ସମଗ୍ର ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ପାରଳାଖେମୁଣ୍ଡି ରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ତାଏକ୍ୱେଣ୍ଡା ଏକାଡେମୀ ପକ୍ଷରୁ ସ୍ବାଗତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ର ଙ୍କ ସମେତ ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ ଶୁଭେଚ୍ଛା ଜଣାଇବା ସହପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଶେଷରେ କାଂସ୍ୟ ପଦକ ବିଜେତା ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ସହର ପରିକ୍ରମା କରାଯାଇଥିଲା । Categories: ଓଡ଼ିଶା, ଗଜପତି, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026