0୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଜି ୧୭୫ ଓ ୧୭୬ ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ବ୍ୟାଙ୍କଗୁଡିକର ଭଲ ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ l ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବାର୍ଷିକ କ୍ରେଡିଟ୍ ପ୍ଲାନ୍ (ACP) ଟାର୍ଗେଟ୍ ବିପକ୍ଷରେ ୧୬୦୨୮୦ କୋଟି ଥିବା ବେଳେ, ବ୍ୟାଙ୍କଗୁଡିକ ୧୬୫୬୨୧ କୋଟି ହାସଲ କରିଛନ୍ତି ଯାହା ୧୦୩.୩୩ ପ୍ରତିଶତ ଅଟେ ।

