ଆନ୍ତର୍ଜାତୀୟ କଳ୍କୀ ଗୌରବ ପୁରସ୍କାରରେ ସମ୍ମାନିତ ହେଲେ ପୁରୀ ସିଟି ଡିଏସପି ପ୍ରସାନ୍ତ ସାହୁ।

0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :-> ଆନ୍ତର୍ଜାତୀୟ ତଥା ଜାତୀୟ ସମ୍ମାନରେ ସମ୍ମାନିତ ଓଡିଶା ନିବାସୀ ବରିଷ୍ଟ ପୋଲିସ ଅଧିକାରୀ ଏବଂ ପୁରୀ ସିଟି ଡିଏସପି ଭାବରେ କାର୍ଯ୍ୟରତ ପ୍ରସାନ୍ତ କୁମାର ସାହୁ ଙ୍କୁ ଆନ୍ତର୍ଜାତୀୟ କଳ୍କୀ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରୀ ସାହୁ ଙ୍କୁ ନିଜର କାର୍ଯ୍ୟ ଦକ୍ଷତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୨୪ ବର୍ଷ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।

ଉଲ୍ଲେଖନୀୟ ଅବଦାନ ପାଇଁ ନୋଏଡା, ଉତ୍ତରପ୍ରଦେଶ ର କଳ୍କୀ ଫାଉଣ୍ଡେସନ୍ ଟ୍ରଷ୍ଟ ଦ୍ଵାରା ଏହି ସମ୍ମାନ ପ୍ରଦାନ କରାଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ବରୁଣ ରାସ୍ତୋଗୀଙ୍କ ସମେତ ସମସ୍ତ ଅଧିକାରୀଙ୍କୁ ପ୍ରସାନ୍ତ କୁମାର ସାହୁ କୃତଜ୍ଞତା ଜଣାଇଛନ୍ତି ଏବଂ କହିଛନ୍ତି ଯେ ଏହି ପୁରସ୍କାର ସେମାନଙ୍କୁ ଅଧିକ କାର୍ଯ୍ୟ କରିବାକୁ ଉତ୍ସାହିତ କରିବ ।

Exit mobile version