0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> T.E.Ravenshaw ବା ଟମାସ୍ ଏଡଵାର୍ଡ ରେଭେନ୍ସା । ଯାହାଙ୍କ ପାଇଁ କଟକ ମାଟିରେ ଠିଆ ହୋଇଛି ଓଡ଼ିଶାର ପ୍ରସିଦ୍ଧ ରେଭେନ୍ସା ବିଶ୍ବ ବିଦ୍ୟାଳୟ । ଆଗାମୀ ଦିନରେ ଏହାର ନାମ ପରିବର୍ତ୍ତନ କରାଯିବ କି ନାହିଁ ତାକୁ ନେଇ ଏବେଠାରୁ ତର୍ଜମା ଆରମ୍ଭ ହୋଇଛି । କାରଣ ସ୍ବାୟତ୍ବ ଶାସନ ଦିବସ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଗରୀମାମୟ ବିଶ୍ବ ବିଦ୍ୟାଳୟର ନାମ ପରିବିର୍ତ୍ତନ ହେବା ଉଚିତ୍ କି ନୁହେଁ ବୋଲି ଓଡ଼ିଶାବାସୀଙ୍କ ଆଗରେ ପ୍ରଶ୍ନଟିଏ ଠିଆ କରିଛନ୍ତି । ତେବେ ନାମ ପରିବର୍ତ୍ତନ ହେଉ କି ନ ହେଉ, ଓଡ଼ିଶାବାସୀ ରେଭେନ୍ସାଙ୍କ ସମ୍ପର୍କରେ ଜାଣିବାର ଆବଶ୍ୟକତା ନିହାତି ରହିଛି ।

