
0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡ଼ିଶାରେ ବିଷାକ୍ତ ମଦ ମୃତ୍ୟୁ ଇତିହାସ ବହୁ ପୁରୁଣା । ୧୯୮୯ରୁ ଏଯାବତ୍ ପ୍ରାୟ ୩୦ରୁ ଅଧିକ ମଦ ଟ୍ରାଜେଡି ଘଟିଲାଣି । ପ୍ରାୟ ୪୦୦ରୁ ଅଧିକଙ୍କ ଜୀବନ ଗଲାଣି । ଅନେକଙ୍କ ପରିବାର ଉଜୁଡ଼ିଲାଣି । ମା’ କୋଳରୁ ରୋଜଗାରିଆ ପୁଅକୁ ତ କାହା ସ୍ୱାମୀକୁ ଛଡ଼ାଇ ନେଇଛି ଏହି ବିଷାକ୍ତ ମଦ । ୧୯୯୨ରେ କଟକର ମଦମୃତ୍ୟୁର ବିକଳ ଚିତ୍ର କଥା ମନେ ପଡ଼ିଲେ, ଏବେ ବି ଶିହରଣ ଖେଳିଯାଉଛି ।
