0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ସ୍ଥାନୀୟ ସହୀଦ ସ୍ମୃତି ଭବନ ପରିସରରେ ମୟୁରଭଞ୍ଜ ଜିଲ୍ଲା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି ଆନୁକୂଲ୍ୟରେ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜନ୍ମଦିନ ଅବସରରେ ଆୟୋଜିତ ଗୁରୁ ଦିବସ ଅବସରରେ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଶିକ୍ଷକ ସମନ୍ୱୟ ସମିତିର ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ସାଂସଦ ନବ ଚରଣ ମାଝୀ ଶିକ୍ଷକ ସମାଜ ଦେଶର ମେରୁଦଣ୍ଡ ହୋଇଥିବାରୁ ତାଙ୍କର ସମସ୍ତ ସମସ୍ୟାର ସମାଧାନ ପାଇଁ ସେ ସଦା ସର୍ବଦା ପ୍ରଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ l
