ବୁଢ଼ୀବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ

0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ବୁଢ଼ୀବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ ହୋଇଯାଇଛି I ଗୁରୁ ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀ ମାନେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା ର୍ଚନା କରିବା ସହ ଗୁରୁ ଦିବସ ଉପଲକ୍ଷେ ଡ଼.ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ I

ଛାତ୍ର ଛାତ୍ରୀ ମାନେ ଗୁରୁଦିବସ ଉପଲକ୍ଷେ ସ୍ୱଛତା ର ବାର୍ତା ଦେବା ପାଇଁ ସ୍କୁଲ ପରିସର ସଫେଇ କରିଥିଲେ I ସ୍କୁଲ ପ୍ରଧାନ ଶିକ୍ଷକ ବୃନ୍ଦାବନ ଧରୁଆ, ସତ୍ୟ ଭୂଷଣ ସାହୁ, ଶ୍ୱେତ କୁମାର ପଧାନ, ଗୈାର ସୁନ୍ଦର ବରିହା,ନିଲାଞ୍ଚଲ ନାହାକ କାଦମ୍ବିନୀ ସାହୁ , ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ I

Exit mobile version