ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ଓ ପରିଚୟ ପତ୍ର ପ୍ରଦାନ ଉତ୍ସବ

0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର  :-> ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଥାନା ଅନ୍ତର୍ଗତ ଝାଡପଡା ପଞ୍ଚାୟତର ଝାଡପଡା ଠାରେ ବରିଷ୍ଠ ନାଗରିକ କଲ୍ୟାଣ ପରିଷଦ ଝାଡପଡାର  ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳନ ଅବସରରେ ତା୫.୦୯.୨୦୨୪ରିଖ ପବିତ୍ର ଗୁରୁ ଦିବସରେ ୧୫୦ଜଣ ବୃଦ୍ଧ ବୃଦ୍ଧାଙ୍କୁ ପୁଷ୍ପ ଚନ୍ଦନ ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ପରିଷଦର ସଭାପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା। ସଂପାଦକ ଶ୍ରୀଯୁକ୍ତ ମାଧବ ରାଉତ ସଂପାଦକୀୟ ବିବରଣୀ ପାଠ କରିଥିଲେ।

ଓଡିଶା ବରିଷ୍ଠ ନାଗରିକ ମହାସଂଘ, ଭୁବନେଶ୍ୱରର ସାଧାରଣ ସଂପାଦକ ଶ୍ରୀଯୁକ୍ତ ରାଜକିଶୋର ସାମନ୍ତରାୟ, ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ ବସନ୍ତ କୁମାର ବାରିକ, ନୟାଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପଣ୍ଡା, ଚାନ୍ଦପୁର ଆରକ୍ଷୀ ଅଧିକାରୀ, ରଣପୁର ବ୍ଲକ ବରିଷ୍ଠ ନାଗରିକ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରସନ୍ନ କୁମାର ରଥ, ସରପଞ୍ଚ ସୌରୀବନ୍ଧୁ ସାହୁ, ସମିତି ସଭ୍ୟ ପ୍ରମୋଦ କୁମାର ରାଉତ, ଅବସରପ୍ରାପ୍ତ ଶିକ୍ଷକ ମନୋଜ ପାତ୍ର ଆଦି ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କର ସାମାଜିକ ସୁରକ୍ଷା,

ସ୍ବାସ୍ଥ୍ୟ ସମସ୍ୟା, ଯୋଗ ବ୍ୟାୟାମ ଆଦି ସଂପର୍କରେ ନିଜ ନିଜ ଅଭିଭାଷଣ ମାଧ୍ୟମରେ ଉପସ୍ଥିତ ୧୫୦ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ଉପଦେଶ ପ୍ରଦାନ କରିଥିଲେ। ବିଶେଷ କରି ଏହି କାର୍ଯ୍ୟକ୍ରମ ସବୁ ସମସ୍ୟାକୁ ପଛ କରି ହସଖୁସିରେ ପରସ୍ପରର ସୁଖଦୁଃଖ ବାଣ୍ଟି ବାକୀ ଜୀବନ କାଟିବା ପାଇଁ  ବୟୋବୃଦ୍ଧମାନଂକୁ ପ୍ରେରଣା ଯୋଗାଇଥିଲା। ୪୯ଜଣ ବରିଷ୍ଠ ନାଗରିକଙ୍କୁ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପଣ୍ଡା ମହୋଦୟ ଜିଲ୍ଲାର senior citizens security cell ତରଫରୁ ପରିଚୟପତ୍ର ପ୍ରଦାନ କରି ଏହାର ଉପାଦେୟତା ସଂପର୍କରେ ପରାମର୍ଶ ଦେଇଥିଲେ । ଯୁବ ସାମ୍ବାଦିକ ଅଭିଜିତ ଓ ଅଜୟ କୁମାର ସେଠୀଙ୍କୁ ଆମ ଅଞ୍ଚଳର ସୁବିସ୍ତୃତ ତଥ୍ୟ ସମ୍ବଳିତ ସମ୍ବାଦ ପରିବେଷଣ ପାଇଁ ମଞ୍ଚରେ ସମ୍ମାନିତ କରାଯାଇଥିଲା । 

Exit mobile version