କଟକ (ଓଡିଶା ତାଜା ନିଉଜ୍) କଟକ : ଆସନ୍ତାକାଲିର ସଡ଼କରେ ଦୁର୍ଘଟଣାମୁକ୍ତ ଭାରତ ଗଠନ କରିବା ପ୍ରତି ସହଯୋଗିତା ପ୍ରଦାନ କରି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚଏମ୍ଏସ୍ଆଇ) ପକ୍ଷରୁ ପୁଣି ଥରେ କଟକକୁ ଫେରିଛି ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଏବଂ ଏଥିରେ କଟକର ନୂଆ ବଜାର ଉଚ୍ଚ ବିଦ୍ୟାଳୟର ୨୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଛି । ତିନିଦିନିଆ ଧରି ଚାଲିଥିବା ହୋଣ୍ଡାର ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏକ ଆଇନକୁ ସମ୍ମାନ ପ୍ରଦର୍ଶନ କରୁଥିବା ନାଗରିକ ଭାବେ ଗଢ଼ି ତୋଳିବା ଦିଗରେ ସହାୟତା ପ୍ରଦାନ କରିବା ଲାଗି ଟ୍ରାଫିକ ନିୟମ ଓ ସଡ଼କ ଶୃଙ୍ଖଳା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସାମିଲ କରାଯାଥିଲା । ବର୍ଷକ ପୂର୍ବରୁ ଏହି ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ପର ଠାରୁ ହୋଣ୍ଡା ୨ ହ୍ୱିଲର୍ସ ଇଣ୍ଡିଆ ୧୨୦ରୁ ଅଧିକ ସହରର ୨.୬୦ ଲକ୍ଷରୁ ଅଧିକ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରିଛି । ପିଲାମାନଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରିବା ପ୍ରତି ହୋଣ୍ଡାର ରହିଥିବା ପ୍ରତିବଦ୍ଧତା ବିଷୟରେ ଶ୍ରୀଯୁକ୍ତ ପ୍ରଭୁ ନାଗରାଜ, ଉପସଭାପତି-ବ୍ରାଣ୍ଡ୍ ଓ କମ୍ୟୁନିକେସନ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ସୁରକ୍ଷା ହେଉଛି ହୋଣ୍ଡାର ସର୍ବୋଚ୍ଚ ପ୍ରାଥମିକତା । ଗମନାଗମନ ବ୍ୟବସାୟର ଏକ ଦାୟିତ୍ୱବାନ କର୍ପେର୍ାରେଟ୍ ଭାବେ ଆମେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ହୋଇ ସମାଜରେ ସୁରକ୍ଷିତ ଗାଡିଚାଳନା ଅଭ୍ୟାସକୁ ବଢ଼ାଉଛୁ । ଜାତୀୟ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ହେଉଛି ଆଜିର ପିଲାମାନଙ୍କୁ ବଦଳାଇବା ଏବଂ ଆସନ୍ତାକାଲି ପାଇଁ ସୁରକ୍ଷିତ ଭବିଷ୍ୟତ ଗଠନ କରିବା ଦିଗରେ ଏକ ପଦକ୍ଷେପ । ସବୁ ଦିଗରୁ ସଡକକୁ ସୁରକ୍ଷିତ କରିବା ଲାଗି ଆମେ ଆମର ଭୁବନେଶ୍ୱର ଓ କଟକରେ ଥିବା ଟ୍ରାଫିକ ଟ୍ରେନିଂ ପାର୍କ ଜରିଆରେ ସମାଜରେ ସଡ଼କ ସୁରକ୍ଷାକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି କରୁଛୁ ।
କଟକକୁ ଫେରିଲା ହୋଣ୍ଡାର ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Related Content
କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ
by
Proprietor Abhimanyu Maharana
September 9, 2026
54th National Convention of Company Secretaries concludes in Bhubaneswar
by
Proprietor Abhimanyu Maharana
September 9, 2026
ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ
by
Proprietor Abhimanyu Maharana
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ
by
Proprietor Abhimanyu Maharana
September 8, 2026
ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ
by
Proprietor Abhimanyu Maharana
September 8, 2026
ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ
by
Proprietor Abhimanyu Maharana
September 8, 2026