କଟକ (ଓଡିଶା ତାଜା ନିଉଜ୍) କଟକ : ଆସନ୍ତାକାଲିର ସଡ଼କରେ ଦୁର୍ଘଟଣାମୁକ୍ତ ଭାରତ ଗଠନ କରିବା ପ୍ରତି ସହଯୋଗିତା ପ୍ରଦାନ କରି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚଏମ୍ଏସ୍ଆଇ) ପକ୍ଷରୁ ପୁଣି ଥରେ କଟକକୁ ଫେରିଛି ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଏବଂ ଏଥିରେ କଟକର ନୂଆ ବଜାର ଉଚ୍ଚ ବିଦ୍ୟାଳୟର ୨୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଛି । ତିନିଦିନିଆ ଧରି ଚାଲିଥିବା ହୋଣ୍ଡାର ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏକ ଆଇନକୁ ସମ୍ମାନ ପ୍ରଦର୍ଶନ କରୁଥିବା ନାଗରିକ ଭାବେ ଗଢ଼ି ତୋଳିବା ଦିଗରେ ସହାୟତା ପ୍ରଦାନ କରିବା ଲାଗି ଟ୍ରାଫିକ ନିୟମ ଓ ସଡ଼କ ଶୃଙ୍ଖଳା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସାମିଲ କରାଯାଥିଲା । ବର୍ଷକ ପୂର୍ବରୁ ଏହି ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ପର ଠାରୁ ହୋଣ୍ଡା ୨ ହ୍ୱିଲର୍ସ ଇଣ୍ଡିଆ ୧୨୦ରୁ ଅଧିକ ସହରର ୨.୬୦ ଲକ୍ଷରୁ ଅଧିକ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରିଛି । ପିଲାମାନଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରିବା ପ୍ରତି ହୋଣ୍ଡାର ରହିଥିବା ପ୍ରତିବଦ୍ଧତା ବିଷୟରେ ଶ୍ରୀଯୁକ୍ତ ପ୍ରଭୁ ନାଗରାଜ, ଉପସଭାପତି-ବ୍ରାଣ୍ଡ୍ ଓ କମ୍ୟୁନିକେସନ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ସୁରକ୍ଷା ହେଉଛି ହୋଣ୍ଡାର ସର୍ବୋଚ୍ଚ ପ୍ରାଥମିକତା । ଗମନାଗମନ ବ୍ୟବସାୟର ଏକ ଦାୟିତ୍ୱବାନ କର୍ପେର୍ାରେଟ୍ ଭାବେ ଆମେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ହୋଇ ସମାଜରେ ସୁରକ୍ଷିତ ଗାଡିଚାଳନା ଅଭ୍ୟାସକୁ ବଢ଼ାଉଛୁ । ଜାତୀୟ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ହେଉଛି ଆଜିର ପିଲାମାନଙ୍କୁ ବଦଳାଇବା ଏବଂ ଆସନ୍ତାକାଲି ପାଇଁ ସୁରକ୍ଷିତ ଭବିଷ୍ୟତ ଗଠନ କରିବା ଦିଗରେ ଏକ ପଦକ୍ଷେପ । ସବୁ ଦିଗରୁ ସଡକକୁ ସୁରକ୍ଷିତ କରିବା ଲାଗି ଆମେ ଆମର ଭୁବନେଶ୍ୱର ଓ କଟକରେ ଥିବା ଟ୍ରାଫିକ ଟ୍ରେନିଂ ପାର୍କ ଜରିଆରେ ସମାଜରେ ସଡ଼କ ସୁରକ୍ଷାକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି କରୁଛୁ ।
କଟକକୁ ଫେରିଲା ହୋଣ୍ଡାର ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Related Content
ଭକ୍ତିମୟ ପଟୁଆରରେ ମା’ ଦୁର୍ଗାଙ୍କୁ ବିଦାୟ : ଶତାଧିକ ଭକ୍ତଙ୍କ ସମାଗମରେ ମା’ଙ୍କ ଭସାଣି
by
Proprietor Abhimanyu Maharana
October 25, 2026
ସମଗ୍ର କନ୍ଧମାଳ ଜିଲ୍ଲାରେ ୨୪ ତାରିଖ ଶନିବାର ୪ ଘଣ୍ଟା ବିଦ୍ୟୁତ୍ ସରବରାହ ବନ୍ଦ
by
Proprietor Abhimanyu Maharana
October 25, 2026
ବାଲିଗୁଡା ଉପଜିଲ୍ଲାପାଳଙ୍କୁ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱ : ବିଭାଗୀୟ ବିଜ୍ଞପ୍ତି ଜାରି
by
Proprietor Abhimanyu Maharana
October 25, 2026
ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ସ୍ମୃତି ସଭା
by
Proprietor Abhimanyu Maharana
October 24, 2026
ଆଇପିଏଏଫ୍ ଭୁବନେଶ୍ୱର ୨୦୨୬ ଶାସ୍ତ୍ରୀୟ, ଲୋକ କଳା ଓ ସମାବେଶୀ ପ୍ରଦର୍ଶନ ଜରିଆରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରୁଛି
by
Proprietor Abhimanyu Maharana
October 24, 2026
IPAF Bhubaneswar 2026 Celebrates India's Rich Cultural Heritage Through Classical, Folk and Inclusive Performances
by
Proprietor Abhimanyu Maharana
October 24, 2026