Home ଓଡ଼ିଶା ଉତ୍ସର୍ଗ ପରିବାର ପକ୍ଷରୁ ଗୁରୁପୂଜନ ଓ ସମ୍ମାନ ଉତ୍ସବ 2024 ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଅନ୍ଧାର ରୁ ଆଲୋକ ଆଡକୁ ଯିଏ ନେଇଥାଏ ସିଏ ହିଁ ଗୁରୁ ହୋଇଥାନ୍ତି 0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଗୋପ ର ବାୟାକୁଦା ଗ୍ରାମର ମା ନାରାୟଣୀ ମନ୍ଦିର ମଣ୍ଡପ ରେ ସକାଳ ୭ ଘଟିକା ସମୟରେ ଉତ୍ସର୍ଗ ପରିବାର ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ଅବସରରେ “ଗୁରୁପୂଜନ ଓ ସମ୍ମାନ ପ୍ରଦାନ ଉତ୍ସବ -2024” ଅନୁଷ୍ଠିତ ହୋଇଯାଇଛି l ଏହିକାର୍ଯ୍ୟକ୍ରମ କୁ ଉତ୍ସର୍ଗ ପରିବାର ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀଧର ବେହେରା ଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବରାଳ ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁକାନ୍ତ କୁମାର ଶତୃଶଲ୍ୟ, ଉତ୍ସର୍ଗ ପରିବାର ର ଉପଦେଷ୍ଠା ଗୋପ ମହାବିଦ୍ୟାଳୟ ର ପରିଚାଳନା ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଖଟୋଇ, ଉତ୍ସର୍ଗ ପରିବାର ଭୁତପୂର୍ବ ଉପଦେଷ୍ଠା ପ୍ରକାଶ ଚନ୍ଦ୍ର ସେନାପତି ଙ୍କ ଧର୍ମପତ୍ନୀ ଉତ୍ସର୍ଗ ପରିବାର ର ଅନ୍ୟତମ ଉପଦେଷ୍ଠା ଶିକ୍ଷୟତ୍ରୀ ଶ୍ରୀମତୀ ମାନସୀ ସାହୁ ଯୋଗଦେଇ ଗୁରୁ ଶିଷ୍ୟ ର ପବିତ୍ର ସମ୍ପର୍କ ସହ ଜଡିତ ଗୁରୁଦିବସ ଉପରେ ସମସ୍ତ ଅତିଥି ଓ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜର ଅଭିଭାଷଣ ରଖିଥିଲେ l ଉତ୍ସର୍ଗ ପରିବାର ଏହି ଗୁରୁପୂଜନ ଓ ସମ୍ମାନ ପ୍ରଦାନ ଉତ୍ସବ -2024 ଅବସରରେ ଉତ୍ସର୍ଗ ପରିବାର ତରଫରୁ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷକତା କ୍ଷେତ୍ରରେ ଉଲେଖନିଅ ସମାଜ ପାଇଁ ଅବଦାନ ରଖିଥିବା ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଗୁରୁ ମାନଙ୍କୁ ଉତ୍ସର୍ଗ ପରିବାର ତରଫରୁ ଗୁରୁଗୌରବ ସମ୍ମାନ -2024 ସମ୍ମାନିତ ହୋଇଥିଲେ ଗୁରୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲାଲା ହରିପ୍ରସାଦ ଚାନ୍ଦ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବେଣୁଧର ପରିଡା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ ବାଳକୃଷ୍ଣ ସେନାପତି, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଲାବଣ୍ୟ ସାହୁ, ୪୦ ବର୍ଷ ଧରି ଚାହାଳୀ ଶିଶୁ ମାନଙ୍କ ପାଇଁ ଅର୍ଥ ମୁକ୍ତ ଶିକ୍ଷାଦାନ କରି ନିଜ ଜୀବନଙ୍କୁ ଶିକ୍ଷାଦାନ ପାଇଁ ଉତ୍ସର୍ଗ କରିଥିବା ମହିଅସି ଚାହାଳୀ ଶିକ୍ଷାଦାତ୍ରୀ ଶ୍ରୀମତୀ ରେବତୀ ଦାଶ, ଉତ୍କୃଷ୍ଟ ଶିକ୍ଷାଦାନ ବିଦ୍ୟାଳୟ ସଫଳ ପରିଚାଳନା ଲେଖକ ଅବଦାନ ପାଇଁ ନିଗମାନନ୍ଦ ସରକାରୀ ଉଚ୍ଚାବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପ୍ରଧାନ, ଉତ୍କୃଷ୍ଟ ଶିକ୍ଷାଦାନ ସଫଳ ବିଦ୍ୟାଳୟ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ଶିକ୍ଷୟତ୍ରୀ ବେଗୁନିଆ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ନେହଲତା ପରିଡା ପ୍ରମୁଖ ବିଶିଷ୍ଠ ଗୁରୁ ମାନଙ୍କୁ ମାନପତ୍ର ଉତ୍ତରୀ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା l ଗଣମାଧ୍ୟମ ପ୍ରତିନିଧି ଭାବରେ ଉଲେଖନିଅ ଅବଦାନ ପାଇଁ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ଗୋଛାୟତ ଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା l ଏହି ଗୁରୁଦିବସ କାର୍ଯ୍ୟକ୍ରମ କୁ ଉତ୍ସର୍ଗ ପରିବାର ସମ୍ପାଦକ ପ୍ରକୃତି ବନ୍ଧୁ ଶ୍ରୀଯୁକ୍ତ ବିଷ୍ଣୁ ମୋହନ ପ୍ରଧାନ ପରିଚାଳନା କରିଥିଲେ ସହଯୋଗ କରିଥିଲେ ଉପସଭାପତି ସୁକାନ୍ତ ପ୍ରଧାନ, କୋଷାଧକ୍ଷ ଭାଗିରଥି ପ୍ରଧାନ,ଜଗବନ୍ଧୁ ବାରିକ, ତପୁନା ଭୋଇ, ଦିପ୍ତୀରଞ୍ଜନ ପ୍ରଧାନ, ମଙ୍ଗରାଜ ବାରିକ, ସୁମନ, ଶ୍ରୀତମ, ଜୟପ୍ରକାଶ,ବାପୁନି, ଅଜୟ, ଆଶୁତୋଷ ପ୍ରମାଖୁ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ l Categories: ଓଡ଼ିଶା, ପୁରୀ, ହୋମ୍ Related Content ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ by Proprietor Abhimanyu Maharana August 10, 2026 Suryakheetra Foundation hosts Climate Conclave in Delhi by Proprietor Abhimanyu Maharana August 10, 2026 ବାଙ୍କୋଇ - ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ by Proprietor Abhimanyu Maharana August 10, 2026 ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ - ଟିଟିଲାଗଡ ସେକ୍ସନ ନିରୀକ୍ଷଣ by Proprietor Abhimanyu Maharana August 10, 2026 ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ କବୀମାନେ ଯତ୍ନ୍ନବାନ ହୁଅନ୍ତୁ by Proprietor Abhimanyu Maharana August 10, 2026 ସ୍ବର୍ଗତ ଛାତ୍ର ସନ୍ତୋଷ ସାହୁଙ୍କ ସ୍ମୃତି ଚାରଣ ସଭା by Proprietor Abhimanyu Maharana August 10, 2026