0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ପ୍ରେମ କନଭେନସନ ସମ୍ମିଳନୀ କକ୍ଷରେ ଶ୍ରୀ ଜଗନ୍ନାଥ ପାଲା ଗବେଷଣା ଓ ତାଲିମ କେନ୍ଦ୍ର ଓ ଅର୍କମଣ୍ଡଳ ପାଲାଗାୟକ ପରିଷଦର ମିଳିତ ଆନୁକୁଲ୍ୟରେ ପବିତ୍ର ଗୁରୁଦିବସ ଅବସରରେ ୩୪ତମ ରାଜ୍ୟ ପାଲା ମହୋତ୍ସବ, ଗୁରୁ ପୂଜନ ଉତ୍ସବ, ଗୁରୁ ପ୍ରଣାମ କାର୍ଯ୍ୟକ୍ରମ ଏବଂ ଗାୟକ ଆନନ୍ଦ ବସନ୍ତ କୁମାର ରାଉତଙ୍କ ଜନ୍ମ ଜୟନ୍ତୀ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅଖଣ୍ଡ ପୁରୀଜିଲ୍ଲା ପାଲାଗାୟକ ପରିଷଦର ସଭାପତି ତଥା ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜ୍ୟ ପାଲା ମହୋତ୍ସବ ଓ ଗାୟକ ଆନନ୍ଦ ବସନ୍ତ କୁମାର ରାଉତଙ୍କ ଜନ୍ମ ଜୟନ୍ତୀ ସମାରୋହରେ ଅତିଥି ଭାବରେ ବିଶିଷ୍ଟ ପାଲାଗାୟକ ତଥା ଶିକ୍ଷାବିତ ପଣ୍ଡିତ ରମାକାନ୍ତ ମିଶ୍ର, ପରିବେଶବିତ ଡଃ ମିହିର କୁମାର ପଟ୍ଟନାୟକ, ଗାୟକ କଳାନିଧି ମନୋଜ କୁମାର ମିଶ୍ର, ଗାୟକ କୌସ୍ତୁଭ ରବିନ୍ଦ୍ର କୁମାର ସାମନ୍ତରାୟ,
