0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତୀୟ ସଂସ୍କୃତିରେ ଗୁରୁଶିଷ୍ୟ ପରମ୍ପରାକୁ ଉଜ୍ଜିବୀତ କରିବା ପାଇଁ ପଟିଆସ୍ଥିତ ଓ.ଡି.ଏମ୍. ପବ୍ଳିକ୍ ସ୍କୁଲ୍ ପରିସରରେ ଗୁରୁବାର ଦିନ ପୂର୍ବତନ ରାଷ୍ଟ୍ରପତି, ଦାର୍ଶନିକ ତଥା ଉଚ୍ଚାଙ୍ଗ ଶିକ୍ଷାଧାରାର ପ୍ରବର୍ତକ ରାଷ୍ଟ୍ରଗୁରୁ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଜନ୍ମଦିନ ତଥା ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଓଡିଏମ୍ ଶିକ୍ଷା ସମୂହର ପ୍ରତିଷ୍ଠାତା ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର (ଡ.) ପି.କେ.ଦାସ ଏବଂ ଡ. ଜ୍ୟୋତ୍ସ୍ନା ମହାପାତ୍ର ଯୋଗ ଦେଇଥିଲେ ।
