Home ଓଡ଼ିଶା ଭାପୁରରେ ବ୍ଲକସ୍ତରୀୟ ଗୁରୁ ସାକ୍ଷାତ ପରଂବ୍ରହ୍ମ କାର୍ଯ୍ୟକ୍ରମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଗୁରୁ ଶ୍ରେଷ୍ଠ,ଗୁରୁ ମାର୍ଗଦର୍ଶକ,ଗୁରୁହିଁ ଆଲୋକର ଉତ୍ସ 0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭପୁର :-> ନୟାଗଡ଼ ଜିଲ୍ଲା ଭାପୁର ସଦର ମହକୁମାରେ ଅବସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ “ଶାନ୍ତି ପ୍ରଗତି ମୈତ୍ରୀର ପୁର, ସ୍ୱାଭିମାନୀ ମାଟି ମୋ ଭାପୁର ଆନୁକୂଲ୍ୟରେ ୩ୟ ବାର୍ଷିକ ଗୁରୁ ସାକ୍ଷାତ ପରଂବ୍ରହ୍ମ କାର୍ଯ୍ୟକ୍ରମ ମୋ ମାଟି ଭାପୁର କମିଟିର ଅଧକ୍ଷ ବେଣୁଧର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଅଛି l ଏହି ବ୍ଲକସ୍ତରୀୟ ଗୁରୁ ସାକ୍ଷାତ ପରଂବ୍ରହ୍ମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ପୂର୍ବତନ ସାଂସଦ ତଥା କବି ପ୍ରସନ୍ନ ପାଟଶାଣି, ମୁଖ୍ୟ ବକ୍ତାଭାବେ ପ୍ରଫେସର ଦାସ ବେନୁହର ଓ ସମ୍ମାନିତ ଅତିଥିଭାବେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ, ଖଣ୍ଡପଡା ବ୍ଲକ ଅଧକ୍ଷା ଉପମା ବେହେରା, ଉପାଧ୍ୟାକ୍ଷ ଶିଶିର କୁମାର ସାହୁ, ଶିକ୍ଷାବିତ ପ୍ରଫୁଲ୍ଲ ମହାନ୍ତି, ଭାପୁର ବ୍ଲକ ଅଧକ୍ଷା ସାବିତ୍ରୀ ପ୍ରଧାନ, ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ପ୍ରମୁଖ ଯୋଗଦେଇ ଜଗତରନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ,ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଭାପୁର ବ୍ଲକର ସମସ୍ତ ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟା ଓ ମୋ ମାଟି ଭାପୁର କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ l ମୋ ମାଟି ଭାପୁର କମିଟି ଅଧକ୍ଷ ବେଣୁଧର ପ୍ରଧାନ ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟଅତିଥି ଭୁବନେଶ୍ୱର ପୂର୍ବତନ ସାଂସଦ ଶ୍ରୀ ପଟ୍ଟଶାଣୀ ଗୁରୁ ହେଉଛନ୍ତି ଦେଶ ବିକାଶର ଚାବିକାଠି ବୋଲି ନିଜ ମନ୍ତବ୍ୟରେ କହିଥିଲେ l ଗୁରୁ ସାକ୍ଷାତ ପରଂବ୍ରହ୍ମ କାର୍ଯ୍ୟକ୍ରମରେ ଭଜନ ଓ ଓଡିଶୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନେ ଆୟୋଜିତ ହୋଇଥିଲା l ମୋ ମାଟି ଭାପୁର ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀମାନଙ୍କୁ ଉତ୍ସଚିହିତକରି ପୁରସ୍କୃତ କରାଯାଇଥିଲା l ପରିଶେଷରେ ବିଜୟ କୁମାର ତ୍ରିପାଠୀ ସମସ୍ତଙ୍କର ନିରୋଗ ଜୀବନ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 ନକଲି ଏମ୍ଭିଆଇ ଅଧିକାରୀ ଗିରଫ by Proprietor Abhimanyu Maharana September 20, 2026 ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା by Proprietor Abhimanyu Maharana September 20, 2026 ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 20, 2026 ଆଶ୍ରୟ ପକ୍ଷରୁ ସମୁଦ୍ରକୂଳ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 କଣ୍ଟାବାଞ୍ଜି, ବିଶ୍ଵକର୍ମା ପୂଜାଭଷାଣି by Proprietor Abhimanyu Maharana September 20, 2026