0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି :-> ପୋଲିସ୍ କୁ ମିଳିଛି ବଡ ସଫଳତା, ଏକ ପ୍ରତିଷ୍ଠିତ ଗଣମାଧ୍ୟମ ଚାନେଲ ର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଘରୁ ଚୋରି ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରୀ ସାମଗ୍ରୀ ଜବତ କରିଛି l ଗିରଫ ଅଭିଯୁକ୍ତମାନେ ହେଲେ ରାମଗିରି ଗାଁର ଗନନ ବଡମୁଣ୍ଡି ଓ ତ୍ରିନାଥ ବଡମୁଣ୍ଡି l ଏଥି ସହ ଚୋରି ସାମଗ୍ରୀ କିଣିଥିବା ୨ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସୁଚନା ଅନୁଜାୟୀ ଗତ ୨୦୨୩ ଡିସେମ୍ବର ୨୫ ତାରିଖରେ ଗଜପତି ଜିଲ୍ଲା ମୋହନା ଥାନା ଲୁହାଗୁଡ଼ି ଗାଁରେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ପରିବାର ସହ ଅନ୍ୟତ୍ର ବୁଲିବାକୁ ଯାଇଥିବା ବେଳେ ସେହି ରାତ୍ରୀରେ ଦୁଇ ଅଭିଯୁକ୍ତ ଘରର କବାଟ ତାଲା ଭାଙ୍ଗି ଘରୁ ଏଲଡି ଟିଭି, କ୍ୟାମେରା, ମୋବାଇଲ ସମେତ ଘରର କିଛି ସାମଗ୍ରୀ ଚୋରି କରି ନେଇ ଯାଇଥିଲେ ।
