0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୁଆଗଡ :-> ନୁଆଗଡ ବ୍ଳକର ସମ୍ବଲପୁର ପଞ୍ଚାୟତ ହାଟପଦା ଆମ୍ବତୋଟା ପଡିଆରେ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ଜନଜାଗରଣ ସମ୍ମଳନୀ ଏବଂ ଜିଲ୍ଲା ପ୍ରଶାସନ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଦୁର୍ଗମ ପାହାଡିଆ ଅଞ୍ଚଳ ମୋହନା ନିର୍ବାଚନ ମଣ୍ଡଳୀର ୩ଟି ବ୍ଳକ ମୋହନା, ଆର,ଉଦୟଗିରି ଓ ନୁଆଗଡ ବ୍ଳକର ବିଭିନ୍ନ ପ୍ରକାରର ଚାଷ ଏବଂ ଚାଷୀଙ୍କର ଉପାଦନ ବିଷୟରେ ଆଲୋଚନା ହୋଇଥିଲା । ୩ଟି ବ୍ଳକର ଅଧିକାଂଶ ସରପଞ୍ଚ , ସମିତି ସଭ୍ୟ, ବୃଦ୍ଧିଜୀବୀ ଓ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଚାଷୀ ଉପସ୍ଥିତ ଥିଲେ ।

