ନିର୍ବାଚନ ବେଳେ ବଜେପି ଦଳ ଗଜପତି ଜିଲ୍ଲା ର ଜନସାଧାରଣଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ପୁରଣ କରିନଥିବା ଯୋଗୁଁ ବଜେଡି ଦଳ ତା ବିରୁଦ୍ଧରେ ରାଜ ରାସ୍ତା କୁ ଓହ୍ଲାଇଲା

0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି  :-> ଗଜପତି ଜିଲ୍ଲା ବଜେଡି ଦଳ ପକ୍ଷରୁ ଗତ ସାଧାରଣ ନିର୍ବାଚନରେ ବିଜେପି ସରକାର ଜନସାଧାରଣଙ୍କୁ ଦେଇଥିବା ବିଭିନ୍ନ ପ୍ରତିଶୃତି ପୂରଣ କରି ଥିବାରୁ ତାହା ବିରୋଧରେ ଏକ ବିରାଟ ରାଲି ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣଗ୍ରାହୀଙ୍କ ନେତୃତ୍ୱରେ ଗୁମ୍ମା ବ୍ଲକର ସଦର ମହକୁମା ଗୁମ୍ମା ସହର ପରିକ୍ରମା କରି ବିଜେପି ସରକାରଙ୍କ ଗରୀବ ବିରୋଧୀ ନୀତିର ତୀବ୍ର ସମାଲୋଚନା କରିବା ସଙ୍ଗେ ସଙ୍ଗେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ପାଇଁ ଦାବୀ କରିଥିଲେ l ନହେଲେ ଆଗାମୀ ଦିନରେ ଆନ୍ଦଳନ କୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଥିଲେ l

ଏହି ରାଲିରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ଇଂ ରୂପେଶ କୁମାର ପାଣିଗ୍ରାହୀ, ବିଜେଡି ସମ୍ପାଦକ ପ୍ରଦୀପ ନାୟକ, ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ,ବ୍ଲକ ଅଧକ୍ଷା ସୁନେମି ମଣ୍ଡଳ, ଉପାଧ୍ୟାକ୍ଷ ଶ୍ରୀନବାସ ରାଓ , ବ୍ଲକ ସଭାପତି ଅଗଷ୍ଟସ ଗମାଙ୍ଗ, ଯୁବ ଛାତ୍ର ସଭାପତି ଗୁଡ଼ୁ, ଯୁବ ସଭାପତି ନିରଜ ଷଢଙ୍ଗୀ,ଲକ୍ଷ୍ମୀ କାନ୍ତ ପରିଛା, ଦାନାନା ଅପାରାଓ, ମସୁଲୁନ ରଇତ, ପ୍ରିତମ ପାଳ ସମେତ ବିଜେଡି ଶତାଧିକ ନେତା କର୍ମୀ ଓ ବିଜୁ ପ୍ରେମୀ ଯୋଗଦେଇ ଏହି ରାଲିରେ ଅଂଶ ଗ୍ରହଣ କରିଥିଲେ l

Exit mobile version