Home ଓଡ଼ିଶା ବିଦ୍ୟାଳୟ ସ୍ତରୀୟ ଶିକ୍ଷାଦାନ ପ୍ରତିଯୋଗିତା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ସଂପୁରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ପ୍ରଧାନଙ୍କ ତତ୍ତ୍ଵବଧାନରେ ଗୁରୁବାର ଦିନ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ପୌରୋହିତ୍ୟ କରିଥିଲେ । ନୟାଗଡ ଜିଲ୍ଲା ଅନ୍ତର୍ଗତ ବନ୍ଧଦ୍ୱାରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଚିତ୍ର କୁମାର ଘଡ଼େଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥଲେ । ରାଷ୍ଟ୍ର ଗୁରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ଛାତ୍ରୀମାନେ ଗୁରୁବନ୍ଦନା ଗାନ କରିଥିଲେ । ଗୁରୁପୂଜନ ସମାପ୍ତି ପରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଇଂରାଜୀ, ଗଣିତ ଓ ବିଜ୍ଞାନରେ ଶିକ୍ଷାଦାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଇଂରାଜୀରେ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ,ସୌଦାମିନି ପରିଡ଼ା, ଗଣିତରେ ଶୁଭଶ୍ରୀ ଧଳ ଓ ସ୍ରୋତାଲିନି ସାହୁ ବିଜ୍ଞାନରେ ଦିପ୍ତୀରଂଜନ ଦାସ ଓ ବିଭୂପ୍ରସାଦ ମହାପାତ୍ର ବିଚାରକ ରୂପେ କୃତୀ ପ୍ରତିଯୋଗୀ ଚୟନ କରିଥିଲେ । ଇଂରାଜୀରେ ଭବସ୍ମିତା ମଙ୍ଗରାଜ, ବିଶ୍ବରଞ୍ଜନ ଦତ୍ତ, ନୃସିଂହ ଝପଟସିଂହ, ଗଣିତରେ ଓମ ପ୍ରକାଶ ନାୟକ, ଅନନ୍ୟା ଅପରୂପା ଦାସ, ସଞ୍ଜୟ ପ୍ରକାଶ ସାହୁ, ବିଜ୍ଞାନରେ ଶୁଭଙ୍କର ପୃଷ୍ଟି, ଶୁଭମଭବ ରାଉତ, ଶୁଭଶ୍ରୀ ପଣ୍ଡା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ । ତତ୍ପରେ ‘ଗୁରୁଦିବସ ପାଳନର ତାତ୍ପର୍ଯ୍ୟ’ପ୍ରସଙ୍ଗ ଉପରେ ବକ୍ତୃତା ପ୍ରତିଯୋଗିତା ହୋଇଥିଲା । ଶିକ୍ଷୟିତ୍ରୀ ସ୍ମିତାସିନ୍ଧୁ ମହାପାତ୍ର, ନମିତା ସାହୁ ଏବଂ ଅଂଶୁମାନ ଧଳ ମୂଲ୍ୟାଙ୍କନ କରି ସସ୍ମିତା ସାହୁ, ଶୁଭଙ୍କର ପୃଷ୍ଟି ଓ କ୍ଷୀରାବ୍ଧି ତନୟା ପ୍ରଧାନଙ୍କୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରଖିଥିଲେ ।କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ଘଡ଼େଇ ପୁରସ୍କାର ବିତରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସୌଦାମିନୀ ସୁବୁଦ୍ଧି, ଶିବ ପ୍ରଧାନ, ସମ୍ବିତ କେଦାର କର, ସ୍ନେହଲତା ପାଇକରାୟ, କୃଷ୍ଣଚନ୍ଦ୍ର ଝପଟସିଂହ ଏବଂ ଆନନ୍ଦ ସେନାପତି ସହଯୋଗ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026