Home ଓଡ଼ିଶା ପୁରୀ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ସହରର ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ରାଜ୍ୟ ସରକାର ଙ୍କ ତରଫରୁ ଆୟୋଜିତ ପୁରୀ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ଆଡ଼ମ୍ବର ପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ ପବିତ୍ର ଗୁରୁ ଦିବସର ମହତ୍ତ୍ଵ ବିଷୟରେ ମତପୋଷଣ କରିବା ସହ ଗୁରୁଜୀ ବୃନ୍ଦ ଦେଶର ମେରୁଦଣ୍ଡ ଗଠନ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଆସୁଛନ୍ତି । ଛାତ୍ର ଛାତ୍ରୀ ମାନେ ମଧ୍ୟ ସେମାନଙ୍କ ସାନିଧ୍ୟ ଲାଭ କରି ନିଜ ନିଜର ଜୀବନ କୁ ତଦନୁଯାୟୀ ଗଢ଼ି ତୋଳିବା ସହିତ ନିଜକୁ ଜଣେ ଯୋଗ୍ୟ ବ୍ୟକ୍ତିତ୍ଵ ରୂପେ ସମାଜରେ ଦଣ୍ଡାୟମାନ କରାଇଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏହି ସମାରୋହରେ ଜାତୀୟ ଓ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିବା ମୋଟ୍ ୨୭ ଜଣ କୃତୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ଜିଲ୍ଲା ର ଛାତ୍ରଛାତ୍ରୀ ମାନଙ୍କୁ ୧୧୮ ଜିଲ୍ଲା ସ୍ତରୀୟ, ୧୧୧୯ ବ୍ଲକ୍ ସ୍ତରୀୟ, ମେରିଟ୍ କମ୍ ସ୍କଲରସିପ୍ ୧୫୨ ଓ ଓଡ଼ିଆ ଭାଷା ବୃତ୍ତି ୨୪୫ ସମୁଦାୟ ୧୪୪୦ ଗୋଟି ପୁରସ୍କାର ପ୍ରଦାନ କରାଯିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟତମ ସମ୍ମାନିତ ଅତିଥି ଭାବେ ମାନ୍ୟବର ସାଂସଦ ରାଜ୍ୟସଭା ଶୁଭାଶିଷ ଖୁଣ୍ଟିଆ, ମାନ୍ୟବର ବିଧାୟକ , ପିପିଲି ଆଶ୍ରିତ ପଟ୍ଟନାୟକ, ମାନ୍ୟବର ବିଧାୟକ, ସତ୍ୟବାଦୀ ଓମ୍ ପ୍ରକାଶ ମିଶ୍ର , ମାନ୍ୟବର ବିଧାୟକ, ପୁରୀ ସୁନୀଲ କୁମାର ମହାନ୍ତି ଯୋଗଦାନ କରି ଗୁରୁ ଛାତ୍ର ର ପରମ୍ପରା ଓ ତା’ର ମହନୀୟତା ସଂପର୍କରେ ନିଜ ନିଜର ଓଜସ୍ବୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଶ୍ରୀଜଗନ୍ନାଥଙ୍କ ପୂଜନ ଓ ଡ଼ାଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ପ୍ରତିକୃତି ଫଳକରେ ମାଲ୍ୟାର୍ପଣ କରାଯିବା ପରେ ରାଜ୍ଯ ଗାନ “ବନ୍ଦେ ଉତ୍କଳ ଜନନୀ” ର ସମୂହ ଗାନ କରାଯାଇଥିଲା । ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ, ପୁରୀ ମମତା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢ଼ୀ ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନ୍ୟତମ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହିମାଂଶୁ ଭୂଷଣ ସମରଥ ପରିଚାଳନା କରିଥିବା ବେଳେ ଶିକ୍ଷକ ବିଦ୍ୟାଧର ମିଶ୍ର, ପ୍ରତାପ କୁମାର ରାଉତ, ହରପ୍ରସାଦ ନାୟକ ଓ ଶିକ୍ଷୟିତ୍ରୀ ଅଳକାନନ୍ଦା ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ପୁରୀ ଶ୍ରୀ ପ୍ରିୟରଞ୍ଜନ ପୃଷ୍ଟି ସଭାପତି ରୂପେ ସଭାପତିତ୍ବ କରିଥିଲେ । ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ସନ୍ତୋଷ କୁମାର ଚୈ।ଧୁରୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ମହେନ୍ଦ୍ର କୁମାର ବିଶ୍ବାଳ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ତଥା ଜିଲ୍ଲାସ୍ଥ ବିଇଓ ଓ ଡି ଏନ୍ ଓ ସମୂହ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଦେଇଥିଲେ ଓ ପୁରୀ ଶିକ୍ଷକ ଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଦ୍ବିତୀୟାର୍ଦ୍ଧରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା । Categories: ଓଡ଼ିଶା, ପୁରୀ, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ by Proprietor Abhimanyu Maharana August 10, 2026 Suryakheetra Foundation hosts Climate Conclave in Delhi by Proprietor Abhimanyu Maharana August 10, 2026 ବାଙ୍କୋଇ - ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ by Proprietor Abhimanyu Maharana August 10, 2026 ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ - ଟିଟିଲାଗଡ ସେକ୍ସନ ନିରୀକ୍ଷଣ by Proprietor Abhimanyu Maharana August 10, 2026 ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ କବୀମାନେ ଯତ୍ନ୍ନବାନ ହୁଅନ୍ତୁ by Proprietor Abhimanyu Maharana August 10, 2026 ସ୍ବର୍ଗତ ଛାତ୍ର ସନ୍ତୋଷ ସାହୁଙ୍କ ସ୍ମୃତି ଚାରଣ ସଭା by Proprietor Abhimanyu Maharana August 10, 2026