Home ଓଡ଼ିଶା ବିଧାନସଭା ଶୂନ୍ୟ କାଳରେ ଉଠିଲା ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ : ଶାସକ-ବିରୋଧୀ ମୁହାଁମୁହିଁ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରେଭେନ୍ସା ନାମ ପରିବର୍ତ୍ତନକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ କ୍ଷ ବିଧାନସଭା ଶୂନ୍ୟ କାଳରେ ଉଠିଲା ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ । ଏହି ପ୍ରସଙ୍ଗକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି ଓ ବିଜେଡି ବିଧାୟକ ବ୍ୟମୋକେଶ ରାୟ କହିଥିଲେ, କେନ୍ଦ୍ର ମନ୍ତ୍ରୀ ଯେଉଁ କଥା କହିଲେ କ୍ଷ ତାକୁ ଉପ ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ସମର୍ଥନ କଲେ । ମୁଁ ରେଭେନ୍ସା ଭିଆନ ଭାବରେ ଏହି ପ୍ରସଙ୍ଗକୁ ଗୃହରେ ଉଠାଉଛି । ରେଭେନ୍ସା ଏକ ଅନୁଷ୍ଠାନ ନୁହେଁ ୧୫୬ ବର୍ଷ ଇତିହାସର ଏକ ମାଇଲ ଖୁଣ୍ଟ । ୧୮୬୬ ନଅଙ୍କ ଦୁର୍ଭିକ୍ଷର କିଛି ସମୟ ପୂର୍ବରୁ ଟି.ଇ ରେଭେନ୍ସା ଦାୟିତ୍ୱ ନେଇଥିଲେ । କିନ୍ତୁ ସେ ନିଜର ୧୦ ବର୍ଷ କାର୍ଯ୍ୟକାଳ ଭିତରେ ଓଡ଼ିଶାର ସ୍କୁଲ ରେ କିପରି ବେଙ୍ଗଲି ବଦଳରେ ଓଡ଼ିଆ ପଢ଼ାଯିବ ତାକୁ ଗୁରୁତ୍ୱ ଦେଇଥିଲେ । ଫକୀର ମୋହନ ଓ ଗୌରୀ ଶଙ୍କର ମଧ୍ୟ ତାଙ୍କ କାର୍ଯ୍ୟ କୁ ପ୍ରଶଂସା କରିଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଛାତ୍ର ଆନ୍ଦୋଳନ ତୀଵ୍ର ହେଉଛି । ବିରାଟ ଆନ୍ଦୋଳନର ଦାନା ବାନ୍ଧୁଛି । ମୁଖ୍ୟମନ୍ତ୍ରୀ ଏ ନେଇ ଗୃହରେ ତୁରନ୍ତ ବିବୃତି ରଖନ୍ତୁ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ଓଡ଼ିଶା ବାସୀ ଗ୍ରହଣ କରି ନେଇଛନ୍ତି । ଯେଉଁମାନେ ରିମୋର୍ଟ ରେ ପରିଚାଳିତ ହେଉଥିଲେ ସେମାନେ ବିରୋଧ କରୁଛନ୍ତି । ୨୦୦ ବର୍ଷ ଇଂରେଜ ମାନେ ଆମକୁ ଶାସନ କଲେ ତାଙ୍କ ନାମରେ କାହିଁକି କୌଣସି ଅନୁଷ୍ଠାନ ନାମିତ ହେବ । ଆମର ଅନେକ ବରପୁତ୍ର ରହିଛନ୍ତି । ସେମାନଙ୍କ ନାମରେ ନାମିତ ହେବା କଥା । ବିଜେଡି ବିଧାୟକ ଶାରଦା ଜେନା କହିଥିଲେ, ଅନୁଷ୍ଠାନ ନାମ ପରିବର୍ତ୍ତନରେ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ହୁଏନି । କଟକ ଭଳି ଶାନ୍ତ ସହରରେ ଅଯଥା ନିଆଁ ଲଗା ଯାଉଛି । ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ତୈଳ ମନ୍ତ୍ରୀ ଥିବାବେଳେ ଏକ ତୈଳ କମ୍ପାନୀର ସିଏସ୍ ଆର ଫଣ୍ଡରୁ ରେଭେନ୍ସା ପାଇଁ ଅନୁଦାନ ଦେଇଥିଲେ । କିନ୍ତୁ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ କରିଦେଇଥିଲେ ତାହା ଭଲ ହୋଇଥାନ୍ତା । କେନ୍ଦ୍ର ମନ୍ତ୍ରୀ ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି । ସେ ଯାହା କୁହନ୍ତି ତାହା ସରକାର ଙ୍କ ମତ ବୋଲି ଧରି ନିଆଯାଏ । ଯଦି ନାମ ପରିବର୍ତ୍ତନ ପାଇଁ ଏତେ ବ୍ୟାକୁଳ ତାହେଲେ ନାଥୁ ରାମ ଗଡ଼ସେ ନାମରେ ବି ଗୋଟେ ବିଶ୍ୱ ବିଦ୍ୟାଳୟ ଖୋଲାଯାଉ ବୋଲି କଟାକ୍ଷ କରିଥିଲେ l ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଥିଲେ, ନାଥୁ ରାମ ଗଡ଼ସେ ଙ୍କ ନାଁ ରେ ବିଶ୍ୱ ବିଦ୍ୟାଳୟ ଖୋଲାଯିବା ପ୍ରସ୍ତାବ କୁ ନିନ୍ଦା କରି ଏହା ଦୁଃଖ ଦାୟକ ବୋଲି କହିଲେ ଇରାଶିଷ । ଓଡ଼ିଆ ମାନେ ଉତ୍ସାହ ହୀନ ଓ ଅଳସୁଆ ବୋଲି କହିଥିଲେ ରେଭେନ୍ସା । କେନ୍ଦ୍ର ମନ୍ତ୍ରୀ ଗୃହର ସଦସ୍ୟ ନୁହଁନ୍ତି । ତାଙ୍କ ବିଷୟ ରେ ଗୃହରେ ଆଲୋଚନା କରାଯାଇ ଗୃହକୁ ଭିନ୍ନ ଆଡ଼କୁ ନେଉଛନ୍ତି ବିରୋଧୀ । କଂଗ୍ରେସ ବିଧାୟିକା ସୋଫିଆ ଫିରଦୋଷ କହିଥିଲେ, ବିଜେପି ବିଧାୟକ ଟଙ୍କଧରଙ୍କ ମନ୍ତବ୍ୟକୁ ଆଧାର କରି କହିଲେ ଆପଣମାନେ ମାନୁଛନ୍ତି ଯେ ନାମ ପରିବର୍ତ୍ତନ ଆପଣଙ୍କ ଅଫିସିଆଲ ଷ୍ଟାଣ୍ଡ । ଅସ୍ମିତା କଥା କହୁଛନ୍ତି ଆପଣ ୨୦୨୧ ରେ ସରଦାର ବଲଭ ଭାଇ ଷ୍ଟାଡିୟମର ନାମ କାହିଁକି ପରିବର୍ତ୍ତନ କରାଯାଇ ନରେନ୍ଦ୍ର ମୋଦି ଷ୍ଟାଡିୟମ କରାଗଲା । ଏହି ପ୍ରସଙ୍ଗ ଉଠାଇ କଟକଵାସୀଙ୍କ ଭାବନାକୁ ଆଘାତ ଦେଉଛନ୍ତି । ଛୋଟ ଚିନ୍ତାଧାରା ରଖନ୍ତୁ ନାହିଁ । ରେଭେନ୍ସାର ନାମ ପରିବର୍ତ୍ତନ ପ୍ରସଙ୍ଗରେ ସ୍ପଷ୍ଟତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବେ କି ବୋଲି ସେ ଦାବି କରିଥିଲେ l Categories: ଓଡ଼ିଶା, କଟକ, ଖୋର୍ଦ୍ଧା, ମହାନଗର, ରାଜନୀତି, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content Ranpur - SUBHADEV ENTERPRISES (dishtv) by Proprietor Abhimanyu Maharana October 7, 2026 Taneira reimagines ‘Solah Shringaar’ for the modern Indian woman with its new Diwali campaign by Proprietor Abhimanyu Maharana October 7, 2026 VeDakshata : Creating Pathways to Livelihood for Rural Youth by Proprietor Abhimanyu Maharana October 7, 2026 ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି by Proprietor Abhimanyu Maharana October 7, 2026 ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana October 7, 2026 Silver Gandhi demands regularisation of Contractual Teachers - Submitted Memorandum to CM by Proprietor Abhimanyu Maharana October 7, 2026