Home ଓଡ଼ିଶା ମନଇଚ୍ଛା ଗାଡ଼ି ପାର୍କିଂ : ଟ୍ରାଫିକ ନିୟନ୍ତ୍ରଣ ଲୋକ ଦେଖାଣିଆ ବସ୍ ଟର୍ମିନାଲ ପରିସରକୁ ବସ୍ ଯାଉନି, ବାହାରେ ରହି ଯାତ୍ରୀଙ୍କୁ ଗାଡିରୁ ଓହ୍ଲାଉଛନ୍ତି, ବଢୁଛି ଦୂର୍ଘଟଣା ଆଶଙ୍କା ! by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଜନଗହଳି ପୂର୍ଣ୍ଣ ସ୍ଥାନରେ ଅଯଥା ଭିଡ଼ କମାଇବା, ସୁରକ୍ଷିତ ଓ ନିରାପଦ ଯାତାୟାତ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରି ପ୍ରଭାବୀ ଢଙ୍ଗରେ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଛି ଟ୍ରାଫିକ ପରିଚାଳନା ବ୍ୟବସ୍ଥା।କିନ୍ତୁ ସଦା ସର୍ବଦା ଚଳଚଞ୍ଚଳ ରହୁଥିବା ହିଞ୍ଜିଳିକାଟୁ ସହରରେ ସବୁକିଛି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା ଭଳି ଦେଖା ଯାଇଛି। ଅଦ୍ୟାବଧି ଯେତେବେଳେ ଯେଉଁ ଥାନା ଅଧିକାରୀ କାର୍ଯ୍ୟଭାର ଗ୍ରହଣ କରନ୍ତି ସେତେବେଳେ ସହରରେ ଟ୍ରାଫିକ ଓ ଅଞ୍ଚଳରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ପ୍ରାଥମିକତା ଓ ଗୁରୁତ୍ୱ ପ୍ରଦାନ ଦିଆଯିବ ବୋଲି ସମସ୍ତ ଅଧିକାରୀ ସାଧାରଣରେ ମଧ୍ଯ ବାର୍ତ୍ତା ଦେଇଥାନ୍ତି । ସହରର ବୁଦ୍ଧିଜୀବିଙ୍କ ମନରେ ଏହା ଆଶା ସଂଚାର କରିଥାଏ।କିନ୍ତୁ କିଛି ଦିନ ଅତିକ୍ରାନ୍ତ ହେବା ପରେ ବାସ୍ତବ କ୍ଷେତ୍ରରେ ଏହାକୁ କେତେ ନିଷ୍ଠାର ସହିତ ଉପଯୋଗ କରା ଯାଉଛି ତାହା ପରିବେଶ ଓ ପରିସ୍ଥିତିରୁ ଦେଖା ଯାଉଛି। ଟ୍ରାଫିକ ପରିଚାଳନା ବ୍ୟବସ୍ଥା ବ୍ୟାହତ ହୋଇ ଉତ୍କଟ ରୂପ ଧାରଣ କରିଛି । ପ୍ରମୁଖ ସମସ୍ୟା ମଧ୍ୟରେ ସମ୍ପ୍ରତି ଟ୍ରାଫିକ ପରିଚାଳନାର ଅସଲ ଚିତ୍ର ଉଣା ଅଧିକ ପ୍ରାୟତଃ ସବୁଠାରେ ଦେଖିବାକୁ ମିଳିଛି। ପରିସ୍ଥିତି ଏପରି ହୋଇଛି ଟ୍ରାଫିକ ବ୍ୟବସ୍ଥା ସତେ ଯେପରି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି।ଏଭଳି ଉତ୍କଟ ସମସ୍ୟା ଭିତରେ ଅଣନିଃଶ୍ୱାସୀ ହୋଇ ପଡୁଛନ୍ତି ସାଧାରଣ ଜନତା । ଏଭଳି ଅବ୍ୟବସ୍ଥାର ବାସ୍ତବ ଦୃଶ୍ୟ ସବୁ ସମୟରେ ଦେଖିବାକୁ ମିଳିଛି ଜନଗହଳି ପୂର୍ଣ୍ଣ ହିଞ୍ଜିଳିକାଟୁ ସହରରେ।ଭୋର ସକାଳୁ ରାତି ପ୍ରାୟ ୧୦ ଟା ପର୍ଯ୍ୟନ୍ତ ଅନବରତ ଭାବେ ଏଭଳି ସମସ୍ୟା ଭିତରେ ଆଉଟୁପାଉଟୁ ହେଉଛନ୍ତି ଅସୁରକ୍ଷିତ ଜନତା । ଟ୍ରାଫିକ ସମସ୍ୟା ଏବେ ସର୍ବ ସାଧାରଣଙ୍କ ପାଇଁ ମୁଣ୍ଡ ବ୍ୟଥାର ମୁଖ୍ୟ କାରଣ ପାଲଟିଛି।ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହେଉଥିବା ହିଞ୍ଜିଳିକାଟୁ ପୌରାଞ୍ଚଳରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଗୁରୁତର ହେଉଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି । ସଡ଼କ ନିୟମକୁ ଖୋଲାଖୋଲି ଭାବେ ଉଲଘଂନ କରି ରାସ୍ତାରେ ମନଇଚ୍ଛା ପାର୍କିଂ କରାଯାଉଛି । ଫଳରେ ସହରରେ ବହୁ ସମୟ ଧରି ଟ୍ରାଫିକ ସମସ୍ୟା ଜଟିଳ ହୋଇପଡ଼ିଛି । ବିଶେଷକରି ସହରର ମୁଖ୍ୟ ଛକ ଗୁଡ଼ିକରେ ଏଭଳି ବିଷମ ପରିସ୍ଥିତ ସୃଷ୍ଟି ହେଉଛି । ଦୀର୍ଘ ଦିନ ଧରି ଏଭଳି ପରିସ୍ଥିତି ଲାଗି ରହୁଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉ ନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି । ଟ୍ରାଫିକ ସମସ୍ୟା ସୁଧାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିସିଟିଭି କ୍ୟାମେରା ଓ ଟ୍ରାଫିକ ପୋଲିସ ମୃତୟନ କରାଯାଉଛି । ପରିତାପର ବିିଷୟ ବିଭିନ୍ନ ପ୍ରକାର ବ୍ୟବସାୟର ପ୍ରାଣକେନ୍ଦ୍ର ହିଞ୍ଜିଳିକାଟୁ ପୌରାଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ସ୍ଥିତି ଗମ୍ଭୀର ହୋଇଥିବା ସତ୍ତ୍ୱେ କୌଣସି ପ୍ରକାର ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥରେ ଥିବା ମୁଖ୍ୟ ରାସ୍ତା ବଇଁଚବଣିଆ ଛକ ଠାରୁ ଆରଏମସି ଛକ ପର୍ଯ୍ୟନ୍ତ ସଦାସର୍ବଦା ଚଳ ଚଞ୍ଚଳ ପରିବେଶ ସୃଷ୍ଟି ହୋଇଥିଲା ବେଳେ ପାର୍କିଂ ବ୍ୟବସ୍ଥା ସମ୍ପୂର୍ଣ ଢିଲା । ସହରର ବଇଁଚବଣିଆ, ଲକ୍ଷ୍ମୀ ବଜାର, ବିଜୁ ପଟ୍ଟନାୟକ ଛକ, ବସ ଟର୍ମିନାଲ, ବ୍ଳକ ଛକରେ ଟ୍ରାଫିକ ସମସ୍ୟା ଗୁରୁତର ରହିଥିବା ବେଳେ ଉକ୍ତ ସ୍ଥାନ ମାନଙ୍କରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ସହରର ମୁଖ୍ୟ ରାସ୍ତା ତଥା ୫୯ ନଂ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରେ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ରହିଛି । ରାତି ପାହିଲେ ସ୍ଥାନୀୟ ସହର ସମେତ ନିକଟବର୍ତ୍ତି ଗ୍ରାମାଞ୍ଚଳରୁ ବହୁ ଜନସାଧାରଣ ବିଭିନ୍ନ ପ୍ରକାର କାରବାର ସକାଶେ ହିଞ୍ଜିଳିକାଟୁ ସହରକୁ ଆସିଥାନ୍ତି ଏବଂ ନିଜ ନିଜର ଗାଡ଼ି ମୋଟରକୁ ବେଆଇନ ତଥା ମନଇଛା ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ପାର୍କିଂ ରାସ୍ତା ସଙ୍କୁଚିତ କରିଥାନ୍ତି । ସହର ମଧ୍ୟରେ ଥିବା କୌଣସି ନିର୍ଦ୍ଦିଷ୍ଟ ସ୍ଥାନକୁ ପାର୍କିଂ ଜୋନ ଭାବେ ଚିହ୍ନଟ ହୋଇ ନ ଥିବା କାରଣରୁ ବହୁ ସମୟରେ ଜାତୀୟରେ ୪ ଓ ୬,୧୨,୧୪ଏପରିକି ବାହାର ରାଜ୍ୟର ୧୬ ଚକିଆ ଗାଡ଼ି ଗୁଡ଼ିକ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ଘଣ୍ଟା ଘଣ୍ଟା ଧରି ବେଆଇନ ଭାବେ ଅନ ଲୋଡିଂ ଓ ପାର୍କିଂ କରିଥାନ୍ତି । ଯଦ୍ୱାରା ସହର ମଧ୍ୟରେ ଯାନବାହନ ଚଳାଚଳ ସହ ସାଧାରଣ ଲୋକଙ୍କ ଯିବା ଆସିବାରେ ନାନା ସମସ୍ୟ ଦେଖା ଦେଇଛି । ଦିନକୁ ଦିନ ସ୍ଥାନୀୟ ସହରାଞ୍ଚଳରେ ଗାଡ଼ି ମୋଟର ସଂଖ୍ୟା ବହୁଳ ପରିମାଣରେ ବଢି ଚାଲିଥିବା ବେଳେ ଟ୍ରାଫିକ ବ୍ୟବସ୍ଥା ନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରତିଦିନ ସକାଳ ସମୟରେ ଆସିକା, ସୋରଡା, ଫୁଲବାଣୀ, ସମ୍ବଲପୁର ପ୍ରମୁଖ ଅଞ୍ଚଳରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍ ଗୁଡିକ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରକୁ ନଯାଇ ବସ୍ ଟର୍ମିନାଲ ନିକଟସ୍ଥ ୫୯ ନଂ ଜାତୀୟ ରାଜପଥ ଅବରୋଧ କରି ଯାତ୍ରୀଙ୍କୁ ଗାଡିରୁ ଓହ୍ଲାଉଛନ୍ତି ଓ ଚଢାଉଛନ୍ତି । ସେହି ରାସ୍ତାଦେଇ ଯାତାୟତ କରୁଥିବା ଅନ୍ୟ ଯାନବାହାନ ଓ ଆମ୍ବୁଲାନ୍ସ ଗୁଡିକ ରାସ୍ତା ନପାଇ ରାସ୍ତା ମଧ୍ୟସ୍ଥ ମେଡିୟାନର ଦକ୍ଷିଣ ପଟ ଦେଇ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ଯାହା ଫଳରେ ବିଗତ ଦିନରେ ସମରଝୋଳ ଛକ ଅଞ୍ଚଳର ଭଳି ଦୂର୍ଘଟଣା ଘଟିବା ସମ୍ଭାବନା ଏଡାଇ ଦିଆଯାଇନପାରେ ବୋଲି କୁହାଯାଉଛି। ହିଞ୍ଜିଳି ପୁଲିସ ପକ୍ଷରୁ କେବଳ ୨ଜଣ ଟ୍ରାଫିକ କନଷ୍ଟେବଳଙ୍କୁ ନିୟୋଜିତ କରାଯାଇଛି। ତଥାପି ସ୍ଥିତି ଯଥା ପୂର୍ବମ ତଥା ପରଂ ନୀତିରେ ଟ୍ରାଫିକ ବ୍ୟବସ୍ଥା ପରିଚାଳିତ ହେଉଛି।ପୂର୍ବରୁ ପରିବା ବଜାର ଓ ବସ ଟର୍ମିନାଲ ପରିସରରେ ଜଣେ ଲେଖାଏଁ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଥିଲା । ହେଲେ ବି ଟ୍ରାଫିକ ବ୍ୟବସ୍ଥା ସୁଧୁରିବାର ନାଁ ଗନ୍ଧ ନାହିଁ। ଏ ଦିଗରେ ସ୍ଥାୟୀ ସମାଧାନ ସହ ପୋଲିସ ବିଭାଗୀୟ ମୁଖ୍ୟ ଦୃଷ୍ଟି ଦେଇ ସହରରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି । Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ by Proprietor Abhimanyu Maharana September 24, 2026 ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା"ମୋ ପରିବାର" by Proprietor Abhimanyu Maharana September 24, 2026 ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ by Proprietor Abhimanyu Maharana September 24, 2026 ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ by Proprietor Abhimanyu Maharana September 24, 2026 ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ by Proprietor Abhimanyu Maharana September 24, 2026 ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି by Proprietor Abhimanyu Maharana September 24, 2026