ନୂତନ ତହସିଲଦାରଙ୍କୁ ନିଆଳିର ଓକିଲ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

0୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> ନିଆଳି ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ଯୋଗ ଦେଇଛନ୍ତି ଲିଲନ ପ୍ରସାଦ ସାହୂ । ନୂତନ ତହସିଲଦାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପରିପ୍ରେକ୍ଷୀରେ ନିଆଳି ଓକିଲ ସଂଘ -ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ଲିଲନ ପ୍ରସାଦ ସାହୂଙ୍କୁ ଉତ୍ତରୀୟ ଏବଂ ପୁଷ୍ଫଗୁଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ନିଆଳି ତହସିଲ କାର୍ଯ୍ୟାଳୟ ଅଞ୍ଚଳର ଲୋକ ମାନେ ବହୁ ଅଭାବ, ଅସୁବିଧାଜନିତ ସମସ୍ୟାରେ ପଡିରହିଛନ୍ତି, ସେମାନଙ୍କର ସମସ୍ୟା ନୂତନ ତହସିଲଦାର ଶ୍ରୀ ସାହୁ ମହୋଦୟ ଦୂରୀଭୂତ କରିବେ ବୋଲି ସଂଘ ଆଶା ପ୍ରକଟ କରିଛି । ନୂତନ ତହସିଲଦାର ଶ୍ରୀ ଲିଲନ ପ୍ରସାଦ ସାହୁ ପୁର୍ବରୁ ଭୁବନେଶ୍ୱରସ୍ଥିତ ସ୍ପୋର୍ଟସ ଆଣ୍ଡ ଇଉଥ ସର୍ଭିସରେ କାର୍ଯ୍ୟରତ ଥିଲେ ।

ସେ ନିଆଳିର ପୁର୍ବତନ ତହସିଲଦାର ଲକ୍ଷ୍ମୀଧର ରାଉତଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ନୂତନ ତହସିଲଦାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ଲାଗି ନିଆଳି ଓକିଲ ସଂଘର ଆଡଭୋକେଟ ସଚିତା ନନ୍ଦ ନାୟକ, ଭରତ ସେଠୀ, ବିଭୁଦତ୍ତ ଦାଶ, କୃଷ୍ଣ ଚନ୍ଦ୍ର ମିଶ୍ର, ମାନସ ରଞ୍ଜନ ପଣ୍ଡା,ପ୍ରକାଶ ଚନ୍ଦ୍ର ମହାରଣା,

ସୁଶାନ୍ତ କୁମାର ମହାନ୍ତି, ଓ ଗଣେଶ ସ୍ଵାଇଁ ପ୍ରମୁଖ ଯୋଗ ଦେଇଥିଲେ। ବିଶେଷ କରି ନିଆଳି ବଜାରର ରାସ୍ତାଘାଟ ଠାରୁ ଆରମ୍ଭ କରି ଯାତ୍ରୀ ବିଶ୍ରାମଗାର ନିର୍ମାଣ,ବଜାରର ବର୍ଷା ପାଣି ନିଷ୍କାସନ ହୋଇନପାରି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାରୁ ଗମନା ଗମନରେ ବାଧା ସମେତ ବିଭିନ୍ନ ପ୍ରକାରର ସମସ୍ୟାକୁ ନୂତନ ତହସିଲଦାର ଗୁରୁତ୍ତ୍ଵ ଦେବେ ବୋଲି ନିଆଳିବାସି ଆଶା ପ୍ରକଟ କରିଛନ୍ତି ।

Exit mobile version