ଜିଲ୍ଲାପାଳଙ୍କ ଦିନିକିଆ ଗ୍ରସ୍ତ

0୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି  :->  ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ  ଦିକିଆ ଗ୍ରସ୍ତରେ ଆସି ଆର,ଉଦୟଗିରି ଥାନା ସମ୍ବଲପୁର ଗ୍ରାମରେ ସ୍ବତନ୍ତ ଆଦିବାସୀ ଉନ୍ନୟନ ଜନଜାଗରଣ ସମ୍ମିଳନୀ ଏବଂ ଜିଲ୍ଲା ପ୍ରଶାସନ ମିଳିତ ବୈଠକ ଯୋଗଦେଇ । ଜିଲ୍ଲାପାଳ ଅଞ୍ଚଳବାସୀଙ୍କୁ ସଚେତନାତା କରି କହିଥିଲେ ଗଞ୍ଜେଇ ଚାଷ ନକରି ଅନ୍ୟ ଚାଷ କରିବା ଲୋକଙ୍କୁ ପରାମର୍ଶ ଦେଇଥିଲେ ।

ଏହାପରେ ଆର,ଉଦୟଗିରି ବ୍ଳକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଲିଥିବା ବିଭିନ୍ନ ଉନ୍ନତି ମୂଳକ କାମ ଗୁକର ବ୍ଳକ କାର୍ଯ୍ୟାଳୟ ସଭାଠାରେ ବିଭିନ୍ନ ବିଭାଗ କାମର କର୍ମଚାରୀଙ୍କୁ ନେଇ ସମୀକ୍ଷା କରିବା ସହ ସମସ୍ତ କାମକୁ ସଠିକ୍ ସମୟ ଭିତରେ କାମ ସରେଇବାକୁ ତାଗିଦ୍ କରିଥିଲେ । ଜିଲ୍ଲାପାଳ ମଧ୍ୟାର୍ନ୍ନ ଭୋଜନ ପାଇଁ ରାଜସ୍ୟ ଡାକବଙ୍ଗକୁ ଯାଇଥିବା ସମୟରେ

ଗ୍ରାମର ପରିବହନ ବିଭାଗ ଦ୍ବାରା ବସଷ୍ଟାଣ୍ଡ ଠାରେ ନିର୍ମାଣ ହୋଇଥିବା ଦୋକାନ ଘର ବଣ୍ଟନରେ ଅନିୟତା ହୋଇଥିବା ନେଇ ଗ୍ରାମବାସୀ ବହୁବାର ପୂର୍ବତନ ଜିଲ୍ଲାପାଳଙ୍କୁ ଏହାର ପ୍ରତିକାର ନେଇ ଅନୁରୋଧ କରିଥିଲେ ସୁଧା ଆଜିସୁଧା ଗ୍ରାମବାସୀ ନ୍ୟାୟ ମିଳିନଥିବାରୁ ଜିଲ୍ଲାକୁ ନୂତନ ଭାବେ ଜିଲ୍ଲାପାଳ ଦାୟତ୍ବ ବ୍ଳକଗ୍ରସ୍ତ ଆସିଥିବା ଖବରପାଇ ଗ୍ରାମବାସୀ ଆସି ବସଷ୍ଟାଣ୍ଡ ଗୃହ ଆବଣ୍ଟନ ଅନୁଧ୍ୟାକରି ଆମ ନ୍ୟାୟ ଦେବାକୁ ଏକ ଲେଖି ଦାବିପତ୍ର ପ୍ରଦାନ କରିଥିଲେ ।

ଏହାକୁ ଅତିଶିଘ୍ର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଏହାପରେ ଜିଲାପାଳ ଆର,ଉଦୟଗିରି ମିଶନ ଶକ୍ତି କାଫେ, କୃଷି ବିଜ୍ଞାନ କେନ୍ଦ୍ର ,ଡୁମ୍ବା ପାର୍କ, କାଫେ, ଅବରସିଂ ଅମ୍ରିତା ସରବର, ତଳଡା ଅଙ୍ଗନବାଡି କେନ୍ଦ୍ର, ଛେଳିଗଡ ଓଏଲ୍ଏମ୍ ଓ୍ବାର୍କ ଓ ରଣ୍ଡିବା ଗ୍ରାମପଞ୍ଚୟତର ଓ୍ବାର୍କ କାମ ବୁଲି ବୁଲି ଦେଖିଥିଲେ । ତାଙ୍କ ସହ ଜିଲ୍ଲା ଓ ବ୍ଳକ ଅଧିକାରୀମାନେ ଉପସ୍ଥିତ ଥିଲେ ।

Exit mobile version