Home ଓଡ଼ିଶା ଏକାମ୍ର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ସମସ୍ୟା ନଥିବା ସ୍ଥାନରେ କାର୍ଯ୍ୟାରମ୍ଭ ନେଇ ନିର୍ଦ୍ଦେଶ ସାତ ଦିନ ଅନ୍ତରରେ କାର୍ଯ୍ୟର ଅଗ୍ରଗତି ନେଇ ରିପୋର୍ଟ ପ୍ରଦାନ କରିବେ ଅଧିକାରୀ 0୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସାରା ଦେଶରେ ଲିଙ୍ଗରାଜ ମନ୍ଦିର ଏବଂ ଏକାମ୍ର କ୍ଷେତ୍ରର ଅନେକ ପ୍ରସିଦ୍ଧି ରହିଛି । ଏଥି ସହିତ ଓଡ଼ିଶାବାସୀଙ୍କ ଭାବାବେଗ ସହିତ ଏକାମ୍ର କ୍ଷେତ୍ର ଓତଃପ୍ରୋତ ଭାବେ ଜଡ଼ିତ । ଏଣୁ ଏକାମ୍ର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରି ଏହି ଅଞ୍ଚଳର ପ୍ରସିଦ୍ଧିକୁ ବିଶ୍ୱବ୍ୟାପି କରିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହେବ । ତେଣୁ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷାକରି ଏହି ପ୍ରକଳ୍ପ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକାମ୍ର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ନିର୍ମାଣ ସୌଧ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପ କାର୍ଯ୍ୟକୁ ସୁଚାରୁ ରୂପେ ଆଗେଇ ନେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ନେଇ ବିସ୍ତୃତ ଆଲୋଚନା କରିଥିଲେ । ପ୍ରକଳ୍ପ ଅଞ୍ଚଳରେ ଥିବା ଜମି ମାଲିକମାନଙ୍କୁ ସର୍ବାଧିକ କ୍ଷତିପୂରଣ ସହିତ ଜମି ଅଧିଗ୍ରହଣ, ଜବର ଦଖଲ ଉଚ୍ଛେଦ, ପୁରୁଣା ମଠ, ମନ୍ଦିର ଓ ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା ସହିତ ଏଏସ୍ଆଇର ମାର୍ଗଦର୍ଶିକାର ସଠିକ ଅନୁପାଳନ କରି କିଭଳି ନିର୍ମାଣ କାର୍ଯ୍ୟକୁ ଆଗେଇନେଇ ହେବ ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଏଥି ସହିତ ୱାଟ୍କୋ, ଟିପିସିଓଡିଏଲ୍ ଏବଂ ଅନ୍ୟାନ୍ୟ ସଂସ୍ଥା ପ୍ରମୁଖ ପ୍ରକଳ୍ପ ଅଞ୍ଚଳ ମଧ୍ୟରେ ଥିବା ବାକେୟା କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରଣା, ଇଂଜିନିୟର ଇନ୍ ଚିଫ୍ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ରାଜନେତା ଶ୍ରୀ ଜଗନ୍ନାଥ ପ୍ରଧାନ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜୟକୃଷ୍ଣ ଦାସଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content Bhubaneswar Hosts Regional AIM SUMVAAD to Drive Innovation and Collaboration Across Eastern India by Proprietor Abhimanyu Maharana July 6, 2026 ରିଜିଓନାଲ ଏଆଇଏମ ସମ୍ବାଦ-ଇଷ୍ଟ ଚାପ୍ଟର ଆୟୋଜିତ by Proprietor Abhimanyu Maharana July 6, 2026 ତୁରେକେଲାରେ ୭୭ତମ ବନ ମହୋତ୍ସବ : ଆଗାମୀ ପିଢ଼ି ପାଇଁ ଗଛ ଲଗାଇବାକୁ ଆହ୍ୱାନ by Proprietor Abhimanyu Maharana July 6, 2026 ମହାପ୍ରଭୁଙ୍କ ସେବାରେ ସର୍ବକନିଷ୍ଠ ଦଇତାପତି ଶ୍ରୀଅଂଶ by Proprietor Abhimanyu Maharana July 6, 2026 ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ଜଣ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର by Proprietor Abhimanyu Maharana July 6, 2026 ରଥଯାତ୍ରା ପାଇଁ ଜଳ-ସ୍ଥଳ-ଆକାଶପଥ ଉପରେ - ପୋଲିସ ରଖିବ ନଜର by Proprietor Abhimanyu Maharana July 6, 2026