0୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଜି ସକାଳେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଗୋ ଟର୍ମିନାଲରୁ ପ୍ରଥମ ଥର ଲାଗି ଡ୍ରାଗନ ଫଳର ରପ୍ତାନୀ ହୋଇଛି । ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ରେ ହୋଇଥିବା ଡ୍ରାଗନ ଫଳ ଦୁବାଇ ରପ୍ତାନୀ ହେଇଛି । ପୂର୍ବରୁ ଢେଙ୍କାନାଳର ଆମ୍ବ, ବଲାଙ୍ଗିରର ପୋଟଳ ବିଦେଶକୁ ଯାଇସାରିଛି । ଏବେ ସରକାର ମଧ୍ୟ କୃଷି ଓ କୃଷକଙ୍କୁ ଗୁରୁତ୍ୱ ଦେଇ ଉଦ୍ୟାନ କୃଷିକୁ ଆପଣେଇବାକୁ ପରାମର୍ଶ ଦେଉଛନ୍ତି । ଉପମୁଖ୍ୟମନ୍ତ୍ରୀ ନିଜକୁ ଜଣେ ଗର୍ବିତ ଚାଷୀ ଭାବେ ପରିଚୟ ଦେଇ କହିଲେ ଯେ, କୋଭିଡ ସମୟରେ ନେଇଥିବା ନିଷ୍ପତ୍ତି ଆଜି ଫଳପ୍ରସୂ ହୋଇଛି ଏବଂ ଆଜି ଇଣ୍ଡିଗୋ କାର୍ଗୋ ଯୋଗେ ୪ କୁଇଣ୍ଟାଲ ଡ୍ରାଗନ ଫଳ ଦୁବାଇକୁ ରପ୍ତାନୀ କରାଯାଇଛି । ରାଜନୀତି କରିବା ଭିତରେ ବି ସେ ଚାଷ କାର୍ଯ୍ୟ ଜାରି ରଖିଥିଲେ । 

