ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଓ ମାନ୍ୟବର ବାଚସ୍ପତି” ପୁସ୍ତକ ଉନ୍ମୋଚିତ

0୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଜି ବିଧାନସଭା ପରିସରରେ ବାଚସ୍ପତିଙ୍କ କାର୍ଯ୍ୟାଳୟଠାରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ବିଧାନସଭାର ଅବସରପ୍ରାପ୍ତ ଯୁଗ୍ମ ସଚିବ, ଶ୍ରୀ ଦେବେନ୍ଦ୍ର ନାଥ ପ୍ରଧାନଙ୍କ ଲିଖିତ ଦୁଇଟି ପୁସ୍ତକ, “ବିଧାନସଭାରେ ଅନାସ୍ଥା ପ୍ରସ୍ତାବ” ଓ “ମାନ୍ୟବର ବାଚସ୍ପତି” ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ବିଧାନସଭାର ସଚିବ, ଶ୍ରୀ ଦାଶରଥୀ ଶତପଥୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀ ପ୍ରଧାନ ପୂର୍ବରୁ ବହୁତ ଗୁଡିଏ ଉପାଦେୟ ପୁସ୍ତକ ରଚନା କରିଛନ୍ତି, ତାହା ମଧ୍ୟରେ ବିଧାନସଭାରେ “1937 ରୁ 2014 ମସିହା ମଧ୍ୟରେ ଆସ୍ଥା ଓ ଅନାସ୍ଥା ପ୍ରସ୍ତାବ” ଅନ୍ୟତମ । ଶ୍ରୀ ପ୍ରଧାନ ମଧ୍ୟ ଜଣେ ସମାଜସେବୀ ଓ ଏବେ ମଧ୍ୟ ସକ୍ରିୟ ଭାବେ ବହୁ ସମାଜସେବା ଅନୁଷ୍ଠାନ ସହିତ ଜଡିତ । ଶ୍ରୀ ପ୍ରଧାନଙ୍କର ଏଭଳି ଉଦ୍ୟମକୁ ମାନ୍ୟବର ବାଚସ୍ପତି ଭୂୟସି ପ୍ରଶଂସା କରିଛନ୍ତି ।

Exit mobile version