0୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ପ୍ରଶାସନ ସୁଣିଲାନି l ଶେଷରେ ନିଜ ଗାଁ ରାସ୍ତାକୁ ନିଜ ଉଦ୍ୟମରେ ମରାମତି କଲେ ଗ୍ରାମବାସୀ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଖlରିମେରl ଗାଁରେ l ଲୋକଙ୍କ ଗମନାଗମନ ର ସୁବିଧା ପାଈଁ ସରକାର ଗଜପତି ଜିଲ୍ଲା ର ବିଭିନ୍ନ ଗାଁକୁ ୨୦୧୮ ଓ ୨୦୧୯ ରୁ ବିଭିନ୍ନ ଗ୍ରାମ କୁ ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ରାସ୍ତା ନିର୍ମାଣ ହୋଇଛି l ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି l ହେଲେ ସେଗୁଡିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି l ରାସ୍ତାର ଅନେକ ସ୍ଥାନରେ ଖାଲ ଖମା ହୋଇ ନଷ୍ଟ ହୋଇଗଲାଣି l
